Odisha Link
Bridging the Missing Links in Odisha

ବ୍ୟାଙ୍କ ଲକର ପାଇଁ ନୂଆ ଗାଇଡଲାଇନ ଜାରି କଲା ଆର୍‌ବିଆଇ

ନୂଆଦିଲ୍ଲୀ: ବ୍ୟାଙ୍କ ଲକର ଗାଇଡଲାଇନରେ ପରବର୍ତ୍ତନ ଆଣିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)। ନୂଆ ଗାଇଡଲାଇନ ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ। ନୂଆ ଗାଇଡଲାଇନ ମୁତାବକ, ଚୋରି, ଅଗ୍ନିକାଣ୍ଡ କିମ୍ବା ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ହେରଫର ହେଲେ ବ୍ୟାଙ୍କ ଗ୍ରାହକଙ୍କୁ ଦେଉଥିବା କ୍ଷତିପୂରଣକୁ ବୃଦ୍ଧି କରାଯାଇଛି। ଏହି ରାଶିକୁ ବାର୍ଷିକ ଲକର ଭଡାର ଶହେ ଗୁଣା ବୃଦ୍ଧି କରାଯାଇଛି।

ଲକରରେ ଜିନିଷ ରଖୁଥିବା ବ୍ୟକ୍ତି ସେଥିରେ କୌଣସି ବେଆଇନ ଓ ହାନିକାରକ ଜିନିଷ ରଖିବେ ନାହିଁ ବୋଲି ଘୋଷଣା କରିବେ। ଲକରରେ ଥିବା ଜିନିଷର କୌଣସି କ୍ଷତି ହେଲେ କେତେ କ୍ଷତିପୂରଣ ହେବ ସେ ନେଇ ମଧ୍ୟ ଆରବିଆଇର ଗାଇଡଲାଇନରେ କୁହାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହକଙ୍କ ଅସାବଧନତା ଯୋଗୁଁ କୌଣସି କ୍ଷତି ହେଲେ ବ୍ୟାଙ୍କ ଦାୟୀ ରହିବ ନାହିଁ।

ଲକର ଭଡା ସଂଗ୍ରହ କରିବା ଲାଗି ଲକର ଆବଂଟନ ବେଳେ ଗ୍ରାହକଙ୍କଠାରୁ ଏକ ଟର୍ମ ଡିପୋଜିଟ ବି ଗ୍ରହଣ କରିବାକୁ କୁହାଯାଇଛି।
କିନ୍ତୁ ଚୋରି, ଡକାୟତି ଏବଂ ବ୍ୟାଙ୍କର କର୍ମଚାରୀମାନଙ୍କ ଦ୍ବାରା ହେଉଥିବା ହେରଫେର ଯୋଗୁଁ ଯଦି ଲକର୍‌ରେ ଥିବା ଜିନିଷର କ୍ଷତି ହୁଏ ସେଥିପାଇଁ ବ୍ୟାଙ୍କ ଗ୍ରାହକଙ୍କୁ କ୍ଷତିପୂରଣ ଦେବ। କ୍ଷତିପୂରଣ ରାଶି ବାର୍ଷିକ ଲକର୍‌ ଭଡ଼ାର ୧୦୦ ଗୁଣା ସହ ସମାନ ରହିବ। ଲକର୍‌ ଭଡ଼ା ସଂଗ୍ରହ କରିବା ଲାଗି ଲକର୍‌ ଆବଣ୍ଟନ ବେଳେ ଗ୍ରାହକଙ୍କ ଠାରୁ ଏକ ଟର୍ମ ଡିପୋଜିଟ୍ ଗ୍ରହଣ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି ଯେଉଁଥିରେ ଅତିକମ୍‌ରେ ତିନି ବର୍ଷର ଲକର୍‌ ଭଡ଼ା ବାବଦ ଟଙ୍କା ରହିଥିବା ଦରକାର।

ଯେଉଁ ଗ୍ରାହକମାନେ ପୂର୍ବରୁ ଲକର୍‌ ରଖିଛନ୍ତି ଓ ଠିକ୍ ସମ‌ୟରେ ଭଡ଼ା ଦେଉଛନ୍ତି ସେମାନଙ୍କୁ ଟର୍ମ ଡିପୋଜିଟ୍ ଖୋଲିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି। ଯଦି ଲଗାତାର ତିନି ବର୍ଷ ପର୍ଯ୍ୟନ୍ତ ଗ୍ରାହକ ଭଡ଼ା ଦେବେ ନାହିଁ ତେବେ ଆବଶ୍ୟକ ପଦ୍ଧତି ଗ୍ରହଣ କରି ବ୍ୟାଙ୍କ ଲକର୍‌ ଖୋଲିପାରିବ ବୋଲି ରିଜର୍ଭ ବ୍ୟାଙ୍କ ନୂଆ ଗାଇଡ୍‌ଲାଇନ୍‌ରେ ଜଣାଇଛି।

Leave A Reply

Your email address will not be published.