Odisha Link
Bridging the Missing Links in Odisha

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ଡିଏଫ୍‌ଓଙ୍କ ଉପରେ ବଢ଼ିଲାଣି ସନ୍ଦେହ

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତଦନ୍ତ ବେଳେ ଡିଏଫ୍‌ଓଙ୍କ ଉପରେ ବଢ଼ିଲାଣି ସନ୍ଦେହ। ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ହେଲାବେଳେ ପାରଳାଖେମୁଣ୍ଡି ଡିପିଏଫ୍‌ଓ ଉପସ୍ଥିତ ଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ମୃତ୍ୟୁକାଳୀନ ଜମାନବନ୍ଦୀ ବେଳେ ପରିବାର ସଦସ୍ୟ ପୋଲିସ ଏବଂ ମାଜିଷ୍ଟ୍ରେଟ୍ ରହିବା କଥା। ଏଠାରେ ଡିଏଫ୍‌ଓ କ’ଣ କରୁଥିଲେ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। କ୍ରାଇମବ୍ରାଞ୍ଚ ଏହି ଦିଗରେ ତଦନ୍ତ କରିବା ନେଇଦାବି ହୋଇଛି। ସୌମ୍ୟ ମୃତ୍ୟୁ ମାମଲାର ତଦନ୍ତଭାର ନେବା ପରଠୁ କ୍ରାଇମବ୍ରାଞ୍ଚ ଅଦ୍ୟାବଧି ୧୩ ଜଣଙ୍କୁ ଜେରା କରିସାରିଲାଣି। ପରବର୍ତ୍ତୀ ସମୟରେ ଡିଏଫ୍‌ଓ ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମଧ୍ୟ ଜେରା କରିବ। ଆଜି କ୍ରାଇମବ୍ରାଞ୍ଚ ଆଇଆଇସି ମମତା ପଣ୍ଡାଙ୍କୁ ଜେରା କରିଛି।

ବିଦ୍ୟାଭରତୀ ଓ ମମତା ପଣ୍ଡାଙ୍କ ମଧ୍ୟରେ ପୁରୁଣା ସମ୍ପର୍କ ରହିଛି। ତେଣୁ ସୌମ୍ୟଙ୍କ ଆମ୍ୱୁଲାନ୍ସକୁ ସେ ଅଧିକ ସମୟ ଅଟକାଇଥିଲେ ଏବଂ ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ କରିଥିଲେ ବୋଲି ସୌମ୍ୟଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପୋଲିସ ଡିଏଫ୍‌ଓଙ୍କୁ ଜେରା କରିଥିଲା। ତେବେ ମାମଲାରେ ଡିଏଫ୍‌ଓଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି। ଜେରା ବେଳେ ଡିଏଫ୍‌ଓ ବିଦ୍ୟାଭାରତୀଙ୍କୁ ଜାଣିନଥିବା କହିଥିଲେ। ପୂର୍ବରୁ ସେ କେବେ ଦିଦ୍ୟାଭାରତୀଙ୍କୁ ଭେଟିନଥିଲେ। ଘଟଣା ଦିନ ହିଁ ସେ ପ୍ରଥମ କରି ବିଦ୍ୟାଙ୍କୁ ଦେଖିଥିବା କହିଥିଲେ। ଏଥିସହ ତାଙ୍କ ସହ ସଂପର୍କକୁ ଅସ୍ୱୀକାର କରିଥିଲେ ଡିଏଫଓ। ଏହି ମାମଲାରେ ଡିଏଫ୍‌ଓଙ୍କୁ କ୍ଳିନ୍ ଚିଟ୍ ଦେଇଥିଲା ଗଜପତି ପୋଲିସ।

Leave A Reply

Your email address will not be published.