Odisha Link
Bridging the Missing Links in Odisha

ଆସନ୍ତା ୨୩ରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡ଼ି: ଦୀର୍ଘ ୪ମାସ ପରେ ଆସନ୍ତା ୨୩ରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର। କୋଭିଡ କଟକଣା ମଧ୍ୟରେ ଖୋଲିବ ଆଖଣ୍ଡଳମଣିଙ୍କ ମନ୍ଦିର। ଏଥିପାଇଁ ସ୍ୱତନ୍ତ୍ର ଏସଓପି ଜାରି କରିଛନ୍ତି ଭଦ୍ରକ ଜିଲାପାଳ। ମନ୍ଦିରର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ସେହିପରି କୋଭିଡ ନିୟମ ଅନୁଯାୟୀ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ।

ଦର୍ଶନ ନିମନ୍ତେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏଁ ମନ୍ଦିର ଖୋଲା ରହିବ। ଭକ୍ତ ସେବାୟତମାନେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ। ଏଥିସହ ଭକ୍ତମାନେ କେବଳ ବାବାଙ୍କୁ ଦର୍ଶନ କରିବେ। ଭୋଗଡାଲା, ଫୁଲ, ବେଲପତ୍ର ଆଦି ଅର୍ପଣ କରି ପାରିବେ ନାହିଁ। ଏଥିସହ ପାର୍ଶ୍ୱଦେବାଦେବୀଙ୍କ ଛୁଇଁ ପାରିବେନାହିଁ। ମନ୍ଦିର ମଧ୍ୟରେ ବିବାହ, ମେଳା ଆଦି ପୂଜାର୍ଚ୍ଚନା ଉପରେ ପୂର୍ବପରି କଟକଣା ବଳବତ୍ତର ରହିବ।

Leave A Reply

Your email address will not be published.