Odisha Link
Bridging the Missing Links in Odisha

ଘୋଡ଼ା ଦେହରେ ବିଜେପି ପତାକା, ପଶୁ ପ୍ରତି ଅତ୍ୟାଚାର ନେଇ ଥାନାରେ ଅଭିଯୋଗ

ଇନ୍ଦୋର: ବିଜେପି ପକ୍ଷରୁ ଆୟୋଜିତ ଏକ ଜନ ସମ୍ପର୍କ ପଦଯାତ୍ରାକୁ ନେଇ ବିବାଦ। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜନ ଆଶୀର୍ବାଦ ରାଲିରେ ପଶୁଙ୍କ ପ୍ରତି କ୍ରୁରତା କରାଯାଇଥିବା ନେଇ ଇନ୍ଦୋର ଥାନାରେ ମାମଲା ଦାୟର ହୋଇଛି। ଜନ ଆଶୀର୍ବାଦ ଯାତ୍ରାରେ ବିଜେପି କର୍ମୀଙ୍କ ଭିତରେ ଏକ ଘୋଡା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଘୋଡାଟିକୁ ବିଜେପି ପତାକା ରଙ୍ଗରେ ରଙ୍ଗୀନ କରାଯାଇଥିଲା। ଆଉ ଏହି ଘୋଡାକୁ ଛାବନୀ ନିର୍ବାଚନମଣ୍ଡଳୀରେ ହେଉଥିବା ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ଦେଖିବାକୁ ମିଳିଥିଲ।

ଘୋଡାର ପିଠିରେ ବିଜେପିର ଚିହ୍ନ ପଦ୍ମ ଫୁଲ ଅଙ୍କା ଯାଇଥିଲା। ଏବଂ ଘୋଡାଟିକୁ ସମ୍ପୂର୍ଣ୍ଣ ରୂପେ ଗେରୁଆ ଓ ସବୁଜ ରଙ୍ଗରେ ରଙ୍ଗୀନ କରାଯାଇଥିଲା। ଘୋଡାକୁ ବିଜେପି ରଙ୍ଗରେ ରଙ୍ଗୀନ କରାଯାଇଥିବାର ଦେଖି କିଛି ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଏଭଳି କରି ପଶୁଙ୍କ ପ୍ରତି କ୍ରୁରତା ବା ଅତ୍ୟାଚାର କରାଯାଉଥିବା ଅଭିଯୋଗ ଆଣିଛନ୍ତି।

ଏହି ଘଟଣାକୁ ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ମାନେକା ଗାନ୍ଧୀଙ୍କ ଏନଜିଓ ପିପୁଲ୍ସ ଫର ଆନିମଲ୍ସ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ଏପରିକି ଏଭଳି କରି ପଶୁଙ୍କ ପ୍ରତି ଅତ୍ୟାଚାର କରାଯାଉଥିବା ନେଇ ଉକ୍ତ ସଂସ୍ଥା ଅଭିଯୋଗ କରିଥିଲା। ଯାହାକୁ ନେଇ ଜନ ଆଶୀର୍ବାଦ ଯାତ୍ରା ସଂଚାଳକଙ୍କ ନାଁରେ ଥାନାରେ ମାମଲା ଦାୟର କରାଯାଇଛି।ଏହି ଯାତ୍ରା ସମୟରେ ଅନେକ ସ୍ଥାନରେ କୋଭିଡ ନିୟମର ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ହେଉଛି।

Leave A Reply

Your email address will not be published.