Odisha Link
Bridging the Missing Links in Odisha

ଜାଇଡସ କାର୍ଡିଲା ଟିକାକୁ ଭାରତର ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନ ଚାଲିଥିବା ବେଳେ ପୁଣି ଏକ ଟିକା ସାମିଲ ହୋଇଛି। ଫାର୍ମା କମ୍ପାନୀ ଜାଇଡସ କାର୍ଡିଲାର ୩ ଡୋଜ କରୋନା ଟିକାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଟିକାର ନାମ ଜାଇକୋଭି-ଡି ରଖାଯାଇଛି। ଡ୍ରଗ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ (ଡିସିଜିଆଇ) ର ବିଶେଷଜ୍ଞ କମିଟି ଏହି ଟିକାକୁ ଶୁକ୍ରବାର ଦିନ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଜେନେରିକ ଔଷଧ କମ୍ପାନୀ କାର୍ଡିଲା ହେଲଥ କେୟାର ଲିମିଟେଡ ପକ୍ଷରୁ ଜାଇକୋଭି-ଡି କୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେବାକୁ ଜୁଲାଇ ୧ ତାରିଖରେ ଆବେଦନ କରିଥିଲା। ଏହି ଆବେଦନ ୨୮ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ହୋଇଥିବା ଶେଷ ପର୍ଯ୍ୟାୟ ପରୀକ୍ଷଣ ଆଧାରରେ ମଗାଯାଇଥିଲା। ଏହି ପରୀକ୍ଷଣରେ ଟିକାର ପ୍ରଭାବ ୬୬.୬ ପ୍ରତିଶତ ବୋଲି ଜଣାପଡିଥିଲା। ସବୁଠାରୁ ବଡକଥା କି କମ୍ପାନୀ ତରଫରୁ କୁହାଯାଇଛି ଏହି ଟିକା ୧୨-୧୮ ବର୍ଷର ପିଲାଙ୍କ ପାଇଁ ଏହି ଟିକା ବେସ୍ ପ୍ରଭାବଶାଳୀ।

ଲୋକମାନଙ୍କୁ ଏହି ଟିକାର ୩ ଟି ଡୋଜ୍ ନେବାକୁ ପଡି । ଯଦି ଜରୁରୀକାଳୀନ ବ୍ୟବହାର ପରେ ଏହି ଟିକାକୁ ଡିସିଜିଆଇ ସମ୍ପୂର୍ଣ୍ଣ ଅନୁମତି ଦେବ ତେବେ ଏହା ଦେଶରେ ଦ୍ୱିତୀୟ ସ୍ୱଦେଶୀ ଟିକା ହେବ। ଏହା ପୂର୍ବରୁ ଭାରତ ବାୟୋଟେକ ଆଇସିଏମଆର ସହ ମିଳିତ ଭାବେ ପ୍ରଥମ ସ୍ୱଦେଶୀ ଟିକା କୋଭାକ୍ସିନ ପ୍ରସ୍ତୁତ କରିଥିଲା। ଏବେ ଦେଶରେ ମୋଟ ୪ ଟି ଟିକାକୁ ମଞ୍ଜୁରୀ ମିଳିଛି। କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ-ଭି, ମଡର୍ଣ୍ଣ । ଏବେ ଜାଇଡସ କାର୍ଡିଲାକୁ ମିଶାଇଲେ ଡିସିଜିଆଇ ଅନୁମତି ଦେଇଥିବା ଟିକା ସଂଖ୍ୟା ୫ ହୋଇଛି।

Leave A Reply

Your email address will not be published.