Odisha Link
Bridging the Missing Links in Odisha

ପିଲାଙ୍କ ପାଇଁ କରୋନା ଟିକା: କ୍ଳିନିକାଲ୍ ଟ୍ରାଏଲ ପାଇଁ ଭାରତକୁ ଅନୁମତି ମାଗିଲା ଜନସନ୍ ଆଣ୍ଡ ଜନସନ୍

ନୂଆଦିଲ୍ଲୀ: ୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ଉପଲବ୍ଧ ହୋଇପାରେ କରୋନା ଟିକା। ଏନେଇ କ୍ଲିନିକାଲ ଟ୍ରାଏଲ ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ମାଗିଛି ଜନସନ ଆଣ୍ଡ ଜନସନ। ଯଦି ସରକାରଙ୍କ ପକ୍ଷରୁ ଏଥିଲାଗି ଅନୁମତି ମିଳିବ ତେବେ ଦେଶରେ ଖୁବ୍ ଶୀଘ୍ର ୧୨ରୁ ୧୭ ବର୍ଷ ବୟସ୍କଙ୍କୁ ସିଙ୍ଗଲ ଡୋଜ ଟିକା ମିଳିବ।

ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ପକ୍ଷରୁ ଭାରତ ସରକାରଙ୍କ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା ସିଡିଏସସିଓଙ୍କଠାରେ ଆବେଦନ କରାଯାଇଛି। ଫେଜ-୩ ଟ୍ରାଏଲରେ ଜନସନ ଟିକା କୋଭିଡର ମୁକାବିଲାରେ ୮୫ ପ୍ରତିଶତ ସଫଳ ହୋଇଥିବା ପ୍ରମାଣିତ ହୋଇଛି।

ଗତ ଅଗଷ୍ଟ ୭ ତାରିଖରେ ଭାରତରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଲାଗି ଜନସନ ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦିଆଯାଇଥିଲା। ସେପେଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବିୟା କହିଛନ୍ତି କି ପିଲାଙ୍କ ପାଇଁ ବିକଶିତ ହୋଇଥିବା କରୋନା ଟିକା କୋଭାକ୍ସିନ ଆସନ୍ତା ମାସ ସୁଦ୍ଧା ବଜାରକୁ ଆସିପାରେ। ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ ବି କହିଥିଲେ ଯଦି ସବୁକିଛି ଠିକ ରହେ ତେବେ ସେପ୍ଟେମ୍ବର ମାସରେ ପିଲାଙ୍କ ପାଇଁ କରୋନା ଟିକା ଆସିପାରେ।

ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ବାୟରୋଲୋଜିର ନିର୍ଦ୍ଦେଶକ ଡ. ପ୍ରିୟା ଆବ୍ରାହମ କହିଛନ୍ତି କି ଆଶା କରାଯାଉଛି, ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପିଲାଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରେ। ଏହାସହ ନାକରେ ଦେବାରେ ଥିବା ଟିକା ଜେନୋବା ବି ଖୁବଶୀଘ୍ର ଆସିପାରେ।

Leave A Reply

Your email address will not be published.