Odisha Link
Bridging the Missing Links in Odisha

ପଞ୍ଚାୟତ ନିର୍ବାଚନରେ ଆସିପାରେ ନୂଆ ନିୟମ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ହିଂସା ରୋକିବାକୁ ଆସିପାରେ ନୂଆ ନିୟମ। ପଞ୍ଚାୟତ ଭୋଟ ଗଣତି ନେଇସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ୩ଟି ଆଇନରେ ସଂଶଧୋନ କରିବାକୁ ଯାଇଛି ପଞ୍ଚାୟତରାଜ ବିଭାଗ।

ଏହି ୩ଟି ଆଇନ ହେଉଛି ଓଡ଼ିଶା ଜିଲ୍ଲାପରିଷଦ ସଂଶଧୋନ ଆଇନ ୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶଧୋନ ସମିତି ଓ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶଧୋନ ଆଇନ ୨୦୨୧। ଏ ନେଇ ୧୫ ଦିନ ମଧ୍ୟରେ ଲୋକମାନେ ସେମାନଙ୍କର ମତ ଦେବା ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏଣିକି ମତଦାନ କେନ୍ଦ୍ରରେ ନୁହେଁ, କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ହେବ। ବିଧାନସଭା ଓ ଲୋକସଭା ଭଳି ପଞ୍ଚାୟତ ଭୋଟ ଗଣତିରେ ଏହି ନିୟମ ଲାଗୁ ହେବ। ଗଣତି କେନ୍ଦ୍ରରେ ସମସ୍ତଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସ ଖୋଲାଯିବ। ପୂର୍ବ ଭଳି ଆଉ ବୁଥରେ ଭୋଟ ଗଣତି ନହୋଇ ବ୍ଲକମାନଙ୍କରେ ହେବ। ପ୍ରାର୍ଥୀ ଓ ପୁଲିସ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସକୁ ସିଲ୍ କରାଯିବ। ଜିଲ୍ଲା ପରିଷଦ ନିର୍ବାଚନରେ ମଧ୍ୟ ଏହି ନୂଆ ନିୟମ ଲାଗୁ କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.