Odisha Link
Bridging the Missing Links in Odisha

ନକ୍ସଲଙ୍କ ଆକ୍ରମଣରେ ୨ ଯବାନ ସହିଦ

ଛତିଶଗଡ: ନକ୍ସଲଙ୍କ ଆକ୍ରମଣରେ ୨ ଯବାନ ସହିଦ। ଛତିଶଗଡ ନାରାୟଣପୁରରେ ନକ୍ସଲଙ୍କ ଆକ୍ରମଣରେ ଆଇଟିବିପିର ୨ ଯବାନ ସହିଦ ହୋଇଛନ୍ତି। ନକ୍ସଲମାନେ କଡେମେଟା କ୍ୟାମ୍ପରୁ ୬୦୦ ମିଟର ଦୂରରେ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ନକ୍ସଲମାନେ ଯବାନମାନଙ୍କ ଏକେ-୪୭ ରାଇଫଲ, ଦୁଇଟି ବୁଲେଟପ୍ରୁଫ୍ ଜାକେଟ ନେଇ ଫେରାର୍ ହୋଇଯାଇଛନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପିଙ୍କ ସୂଚନା ମୁତାବକ ମୃତ ଯବାନମାନେ ଆଇଟିବିପି ୪୫ ବାଟାଲିୟନର।

୪ ଦିନ ପୂର୍ବରୁ ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀମାନେ ୩ ଜଣ ନକ୍ସଲଙ୍କୁ ଗିରଫ୍ କରିଥିଲେ। କୁହାଯାଉଛି କି ଏହି ଗିରଫର ପ୍ରତିଶୋଧ ସ୍ୱରୂପ ନକ୍ସଲମାନେ ଏଭଳି କାଣ୍ଡ କରିଛନ୍ତି।

ରବିବାର ଦିନ କୁଆକୁଣ୍ଡା ଥାନାର ପୋଲିସ ଟିମକୁ ବେଡେଗୁଡରା ଓ ଏଟେପାଲ ଗାଁକୁ ସର୍ଚ୍ଚ ଅପରେଶନ ପାଇଁ ପଠାଯାଇଥିଲା। ଯେତେବେଳେ ପୋଲିସ ଟିମ ଏଟେପାଲ ଗାଁ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଚଳାଇଥିଲେ ସେତେବେଳେ ୩ ଜଣ ସନ୍ଦିଗ୍ଧ ପୋଲିସକୁ ଦେଖି ଦୌଡିବା ଆରମ୍ଭ କରିଥିଲେ। ପୋଲିସ ଟିମ ସେମାନଙ୍କୁ ଧରି ଗିରଫ କରିବା ପରେ ପ୍ରତିଶୋଧ ନେବାକୁ ନକ୍ସଲମାନେ ଏଭଳି କରିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.