Odisha Link
Bridging the Missing Links in Odisha

ଭୁବନେଶ୍ବର ଏମସ୍‌ ଠାବ କଲା ‘ଅରୁଣାଲାକେ’ ଫଙ୍ଗସ୍‌

ଭୁବନେଶ୍ବର: ବ୍ଲାକ୍‌ ଫଙ୍ଗସ୍‌, ହ୍ବାଇଟ୍‌ ଫଙ୍ଗସ୍‌ ପରେ ଆଉ ଏକ ଫଙ୍ଗସ୍‌କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଭୁବନେଶ୍ବର ଏମ୍‌ସର ଗବେଷକମାନେ ଏକ ନୂଆ ଫଙ୍ଗସ୍‌ ଆବିଷ୍କାର କରିଛନ୍ତି। ଯାହାର ନାମ ଅରୁଣାଲୋକେ ରଖିଛନ୍ତି ଗବେଷକମାନେ। ଏହି ଫଙ୍ଗସ୍‌ ଯୋଗୁ ବ୍ଲାକ୍‍ ଫଙ୍ଗସ୍‌ ବା ମ୍ୟୁକରମାଇକାସିସ୍‌ ହେଉଥିବା ଗବେଷଣାରୁ ଜଣାପଡ଼ିଛି।

ଦୀର୍ଘ ଦିନ ଯାଏ ଷ୍ଟେରଏଡ୍‌ ଓ ଆଣ୍ଟିବାୟୋଟିକ୍‌ ବ୍ୟବହାର ଦ୍ୱାରା ବା କରୋନାରୁ ସୁସ୍ଥ ପରେ ଫଙ୍ଗାଲ ସଂକ୍ରମଣର ଆଶଙ୍କା ରହୁଛି । ଶରୀରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଏହା ଆକ୍ରାନ୍ତ କରୁଛି। ଭୁବନେଶ୍ୱର ଏମସ୍‌ର ମାଇକ୍ରୋ ବାୟୋଲୋଜିଷ୍ଟ ଡା. ବିନୟ ହାଲୁର କହିଛନ୍ତି ଏହି ଫଙ୍ଗସ୍‌ ସମ୍ପର୍କରେ କହିଛନ୍ତି, ଏହା ବାୟୁମଣ୍ଡଳରେ ରୁହେ।

ଉଭୟ କୋଭିଡ୍‌ ହୋଇଥିବା ଓ ଅଣ କୋଭିଡ୍‌ ରୋଗୀଙ୍କୁ ଏହା ଆକ୍ରାନ୍ତ କରେ। ଡାଇବେଟିସ୍‍ ଓ ଷ୍ଟେରଏଡ୍‍ ନେଉଥିବା ରୋଗୀଙ୍କ ନାକ ବାଟେ ଭିତରକୁ ପଶେ। ଏହା ବଢିଲେ ଏହାର ଆଖପାଖରେ ଥିବା ଟିସୁଗୁଡିକ ନଷ୍ଟ ହୋଇଯାଏ। ପରେ ଏହା ନାକରୁ ମସ୍ତିଷ୍କକୁ ସଂକ୍ରମିତ କରି ରୋଗୀର ଜୀବନ ନେଇଯାଏ। ଠିକ୍‌ ସମୟରେ ଚିକିତ୍ସା କଲେ ଏଥିରୁ ସୁସ୍ଥ ହୋଇପାରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.