Odisha Link
Bridging the Missing Links in Odisha

ନବୀନଙ୍କୁ ପ୍ରଶଂସା କଲେ ନୀତୀଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରଶଂସକ ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନବୀନଙ୍କୁ ପ୍ରଶଂସା କରି ଇଣ୍ଡିଆ ଟୁଡେ ପତ୍ରିକାରେ ନୀତୀଶ ଲେଖିଛନ୍ତି ଏକ ଆଲେଖ। ଯେଉଁଥିରେ ନବୀନଙ୍କ ସଫଳତା ବଖାଣିଛନ୍ତି ବିହାର ମୁଖ୍ୟମନ୍ତ୍ରୀ।

ନୀତୀନଙ୍କ ଆଲେଖକୁ ନେଇ ରାଜ୍ୟ ରାଜନୀତିଠୁ ଆରମ୍ଭ କରି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ନବୀନଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ଥିବା ଉଲ୍ଲେଖ କରିଛନ୍ତି ନୀତୀଶ। ସେ ଲେଖିଛନ୍ତି ଯେ, ଅନ୍ୟ ରାଜନେତାଙ୍କଠାରୁ ନବୀନ ଭିନ୍ନ ଓ ସ୍ବତନ୍ତ୍ର। ତଳସ୍ତରରେ ଲୋକଙ୍କ ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି। ନ୍ୟାୟ ସହିତ ବିକାଶ ପାଇଁ ତାଙ୍କର ଆଭିମୁଖ୍ୟ ଏବଂ ସାଂସ୍କୃତିକ ପରମ୍ପରା ପ୍ରତି ତାଙ୍କର ସମ୍ମାନକୁ ପ୍ରଶଂସା କରିଛନ୍ତି ନୀତୀଶ।

ଦିନେ ବିଜୁ ବାବୁଙ୍କ ପୁଅ ଭାବେ ନବୀନ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିଥିଲେ। ବିଗତ ୨୪ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ରାଜନୀତିରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରି ପାରିଛନ୍ତି। ସାଧାରଣତଃ କ୍ଷମତା ବଳରେ କିଛି ନେତା ବଦଳିଯାଆନ୍ତି। କିନ୍ତୁ ନବୀନ ବଦଳି ନାହାନ୍ତି। ନୀତିନିଷ୍ଠ ନବୀନ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସାଙ୍ଗକୁ କ୍ରୀଡ଼ା ଓ ପର୍ଯ୍ୟଟନର ଆଖିଦୃଶିଆ ବିକାଶ କରିଛନ୍ତି ବୋଲି ନୀତୀଶ ଲେଖିଛନ୍ତି।

ସେ ଆହୁରି ଲେଖିଛନ୍ତି ଯେ, ୨୦୦୦ ମସିହାରେ ନବୀନ ଯେତେବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ସେତେବେଳେ ବଡ଼ ଖରାପ ସମୟ ଥିଲା। ଏ ଦୁଇ ଦଶନ୍ଧି ମଧ୍ୟରେ ସେ ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ଓ ମୁକାବିଲା କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛନ୍ତି ବୋଲି ନୀତୀଶ ତାଙ୍କ ଆଲେଖରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.