Odisha Link
Bridging the Missing Links in Odisha

ଶିକ୍ଷା ବ୍ୟବସ୍ଥାର ହେବ ନବକଳେବର, ସ୍ମାର୍ଟ ସ୍କୁଲ ଲୋକାର୍ପଣ କରିବେ ନବୀନ

ବ୍ରହ୍ମପୁର: ସ୍କୁଲ ଛାତ୍ରଛାତ୍ରୀ ଏଣିକି ସ୍ମାର୍ଟ ସ୍କୁଲରେ ପଢ଼ିବେ ପାଠ। ଶନିବାର ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମପୁର ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳିକାଟୁର ୫ଟି ଲେଖାଏଁ ରୂପାନ୍ତରୀକରଣ ସ୍ମାର୍ଟ ହାଇସ୍କୁଲକୁ ଶନିବାର ଭର୍ଚୁଆଲ୍‌ ମୋଡରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।

୨୧ ତାରିଖଠାରୁ ୨୫ ତାରିଖ ମଧ୍ୟରେ ୫ ଦିନ ବ୍ୟାପି କାର୍ଯ୍ୟକ୍ରମରେ ୫୦ଟି ସ୍ମାର୍ଟ ସ୍କୁଲକୁ ପ୍ରତିଦିନ ଅନ୍ତରରେ ୧୦ଟି ଲେଖାଏଁ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ରାଜ୍ୟର ୨୦ ଜଣ ମନ୍ତ୍ରୀ ସମେତ ୧୦୮ ବିଧାୟକ ଉପସ୍ଥିତ ରହିବେ । ପ୍ରତିଦିନ ଗୋଟିଏ ଲେଖାଏଁ ସ୍କୁଲରେ ୨ ଜଣ ଲେଖାଏଁ ବିଧାୟକ ଯୋଗଦେଇ ପଞ୍ଚାୟତ ପ୍ରତିନିଧି, ସ୍କୁଲ ମନିଟରିଂ କମିଟି, ଶିକ୍ଷକ ଓ ପିଲାମାନଙ୍କ ସହ ଆଲୋଚନା କରିବେ ।

ସ୍ମାର୍ଟ ସ୍କୁଲ ରୂପାନ୍ତରୀକରଣ ବାବଦରେ ପ୍ରତି ହାଇସ୍କୁଲକୁ କର୍ପୋରେଟ୍‌ ସୋସିଆଲ ରେସ୍‌ପନ୍ସବିଲିଟି (ସିଏସ୍‌ଆର୍‌) ପାଣ୍ଠିରୁ ୧୫ ଲକ୍ଷ ଓ ମୋ ସ୍କୁଲ ପାଣ୍ଠିରୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । ଏହାସହିତ ପଞ୍ଚାୟତ ଓ ବ୍ଲକ୍‌ ପାଣ୍ଠି ବିନିଯୋଗ ହୋଇଛି । ପ୍ରତି ହାଇସ୍କୁଲର ୨/୩ଟି ସ୍କାର୍ଟ କ୍ଲାସରୁମ୍‌ ନିର୍ମାଣ କରାଯାଇଛି ।

Leave A Reply

Your email address will not be published.