Odisha Link
Bridging the Missing Links in Odisha

ପାରୁଛ ଯଦି ମୋତେ ଦଳରୁ ବାହାର କରିଦିଅ: ନିରଞ୍ଜନ

ଭୁବନେଶ୍ୱର: କଂଗ୍ରେସ ଅନ୍ତଃକନ୍ଦଳକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପାରୁଛ ଯଦି ମୋତେ ଦଳରୁ ବାହାର କରିଦିଅ। କୋରାପୁଟ କନ୍ଦଳ ସମ୍ପର୍କରେ ନିରଞ୍ଜନ କହିଛନ୍ତିଯେ, ଜଣଙ୍କ ପାଇଁ ଦଳରୁ ଅନ୍ୟମାନଙ୍କୁ ବାହାର କରିପାରିବି ନାହିଁ। ବରଂ ମୋତେ ଯଦି କିଏ ପାରୁଛ, ବାହାର କରିଦିଅ। ସଭାପତି ଭାବେ ଦଳକୁ ଶୃଙ୍ଖଳିତ ଭାବେ ଚଳାଇବା ମୋର ଦାୟିତ୍ୱ ବୋଲି ନିରଞ୍ଜନ କହିଛନ୍ତି।

ଅପରପକ୍ଷରେ ତାରା ବାହୀନି ପତି କହିଛନ୍ତି, ନିରଞ୍ଜନଙ୍କର ବୟସ ହୋଇଗଲାଣି, ସେ ଦଳ ଛାଡ଼ିଦିଅନ୍ତୁ। ଦଳ ଚଳାଇବାକୁ ନିରଞ୍ଜନ ପଟ୍ଟନାୟକ ଅଯୋଗ୍ୟ। ଶ୍ରୀ ପଟ୍ଟନାୟକ କଂଗ୍ରେସକୁ ଭୁଶୁଡ଼ାଇ ଦେଇଛନ୍ତି। ଲକ୍ଷ୍ମୀପୁରର ପୂର୍ବତନ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଜାଣିବାକୁ ଚାହିଁବାରୁ ଶ୍ରୀ ପଟ୍ଟନାୟକ ତାଙ୍କୁ ଫୋନ ଯୋଗେ ଯେଭଳି ଅସମ୍ମାନ କଲେ ତାହା ଗ୍ରହଣୀୟ ନୁହେଁ। ଯେଉଁ ଦଳରେ ମା’ମାଟିକୁ ସମ୍ମାନ ନାହିଁ ସେ ଦଳ ତିଷ୍ଠିବା କଷ୍ଟକର।

ଏପରିକି ସେ ୭ ଥର ଫୋନ କରିଥିଲେ ମଧ୍ୟ ପିସିସି ସଭାପତି ତାଙ୍କ ଫୋନ ନ ଉଠାଇ ତାଙ୍କୁ ଅପମାନିତ କରିଛନ୍ତି। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ବିରୋଧ କରୁନଥିଲେ ହେଁ ସାଂସଦ ତାଙ୍କୁ ଉପେକ୍ଷା କରି ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ନେଇ ତାଙ୍କ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ କରାଇବାକୁ ଶ୍ରୀ ବାହିନୀପତି ବିରୋଧ କରିଛନ୍ତି।

Leave A Reply

Your email address will not be published.