Odisha Link
Bridging the Missing Links in Odisha

ଶ୍ରେଷ୍ଠ ଅଭିନେତା ହେଲେ ମନୋଜ ବାଜପେୟୀ, ଅଭିନେତ୍ରୀ ସମନ୍ଥା

ମୁମ୍ବାଇ: ଅଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ଣ୍ଣରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଲେ ମନୋଜ ବାଜପେୟୀ। ସେହିପରି ସମନ୍ଥା ଅକିନେନିଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ୍‌-୨’ ପାଇଁ ଏ ଦୁହିଁଙ୍କୁ ଏହି ଆୱାର୍ଡ ମିଳିଛି। ସେହିପରି ତାମିଲ ଅଭିନେତା ସୁରିଆ ‘ସୋରାରାଇ ପୋଟରୁ’ ପାଇଁ ବେଷ୍ଟ ପରଫର୍ମାନ୍ସ ମେଲ୍ ଆୱାର୍ଡ ଏବଂ ବିଦ୍ୟା ବାଲାନ୍ ‘ସେରନୀ’ ପାଇଁ ବେଷ୍ଟ ପରଫର୍ମାନ୍ସ ଫିମେଲ୍ ଆୱାର୍ଡ ପାଇଛନ୍ତି।

‘ଦି ଫ୍ୟାମିଲି ମ୍ୟାନ୍ ୨’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବା ପରେ ମନୋଜ ବାଜପେୟୀ କହିଛନ୍ତି, ‘ସିନେମା କିମ୍ବା ସିରିଜ୍, ଉଭୟ ବହୁତ ସହାୟକ ଅଟନ୍ତି। ଆମାଜନ, ରାଜ ଏବଂ ଏହି ସିରିଜରେ ଜଡିତ ସମସ୍ତଙ୍କୁ ଉଲ୍ଲେଖ ନକରି ନିଜ ପାଇଁ ପୁରସ୍କାର ନେବା ମୋ ପାଇଁ ଅତ୍ୟନ୍ତ ଲଜ୍ଜାଜନକ। ଏହା ଲେଖକଙ୍କର ଟିମ୍, ତେଣୁ ମୋତେ ଏଥିରେ ସ୍ଥାନ ଦେଇଥିବାରୁ ଧନ୍ୟବାଦ। ଏହା ମୋର ବିଜୟ ନୁହଁ ପୂରା ଟିମ୍‌ର ବିଜୟ।’ ୨୦୧୯ରେ ‘ଦ ଫ୍ୟାମିଲି ମ୍ୟାନ’ରୁ ୱେବ ସିରିଜରେ ଡବ୍ୟୁ କରିଥିଲେ ମନୋଜ।

ସେହିପରି ସାମନ୍ଥା, ରାଜ ଏବଂ ଡି.କେ.ଙ୍କ ‘ଦି ଫ୍ୟାମିଲି ମ୍ୟାନ୍ ୨’ ସହିତ ଡିଜିଟାଲ୍ ଡେବ୍ୟୁ କରିଥିଲେ। ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇ ସାମନ୍ତ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସାମନ୍ଥା ଅକ୍କିନେନି କହିଛନ୍ତି, ‘ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନିତ ହୋଇ ମୁଁ ଗର୍ବିତ । ଏତେ ବଡ ପ୍ରତିଭାମାନଙ୍କ ମଧ୍ୟରେ ଏଠାରେ ରହିବା ମୁଁ କୃତଜ୍ଞ ଏବଂ ଏହା ଏକ ଗୌରବର ବିଷୟ। ମୋତେ ଏହି ଭୂମିକା ପ୍ରଦାନ କରିଥିବାରୁ ରାଜ ଏବଂ ଡି.କେଙ୍କୁ ଧନ୍ୟବାଦ, ଏପର୍ଯ୍ୟନ୍ତ ମୁଁ ଯାହା କରିଛି ତାହାଠାରୁ ବହୁତ ଭିନ୍ନ।’

ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ମେଲବର୍ଣ୍ଣ ଆୱାର୍ଡରେ ସର୍ବଶ୍ରେଷ୍ଟ ଫିଲ୍ମ ଭାବେ ବାଜି ମାରିଛି ତାମିଲ ଫିଲ୍ମ ‘ର୍ସରାରଇ ପୋଟୁର’। ଏହି ଫିଲ୍ମଟି ସାଉଥ ଅଭିନେତା ସୂର୍ଯ୍ୟାଙ୍କ ହୋମ୍‌ ବ୍ୟାନର ୨ଡି ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିଲା। ଏହାକୁ ନିର୍ଦ୍ଦେଶନା ଦେଇଥିଲେ ସୂଧା କୋଙ୍ଗାରା। ସେହିପରି ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ରୂପେ ଅନୁରାଗ ବସୁ ଏବଂ ଆନନ୍ଦ ଉଲ୍ଲେଖ ପଥ୍ୱୀ କୋନନୁର, ବେଷ୍ଟ ସିଜିନ୍ ‘ମିର୍ଜାପୁର ସିଜିନ୍୨’, ବେଷ୍ଟ ଡକ୍ୟୁମେଣ୍ଟ୍ରୀ ଫିଲ୍ମ ଭାବେ ସଟ୍ ଅପ୍ ସୋନା, ଏବଂ ବେଷ୍ଟ ଇଣ୍ଡି ଫିଲ୍ମ ଭାବେ ଫାୟର୍ ଇନ୍ ଦ ମାଉଣ୍ଟେନସ୍’କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.