Odisha Link
Bridging the Missing Links in Odisha

ବିମାନବନ୍ଦରରେ ସଲମାନଙ୍କୁ ଅଟକାଇଲେ ନୟାଗଡ଼ ଯୁବକ

ଆପଣ ଜାଣନ୍ତି କି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା CISF ଯବାନ ଜଣଙ୍କ କିଏ? ଯଦି ନା ଆମେ ଆପଣଙ୍କୁ ଦେବୁ ତାଙ୍କ ପରିଚୟ।

ନୟାଗଡ଼: ବଲିଉଡର ଦବଙ୍ଗ ଖାନ୍‌ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିିଛି ଯେ, ସଲମାନ ଖାନ ନିଜ ବିଳାସପୂର୍ଣ୍ଣ କାରରୁ ଓହ୍ଲାଇ ବିମାନବନ୍ଦର ଗେଟ୍ ଆଡକୁ ଯାଉଛନ୍ତି। ଯେତେବେଳେ ସେ ବିମାନବନ୍ଦରରେ ପ୍ରବେଶ କରୁଛନ୍ତି ସେତବେଳେ ଜଣେ CISF ଯବାନ ସଲମାନଙ୍କୁ ଅଟକାଉଥିବାର ଦେଖିବାକୁ ମିଳିଛି। ଯାହାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ତେବେ ଆପଣ ଜାଣନ୍ତି କି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା CISF ଯବାନ ଜଣଙ୍କ କିଏ? ଯଦି ନା ଆମେ ଆପଣଙ୍କୁ ଦେବୁ ତାଙ୍କ ପରିଚୟ। CISF ଯବାନଙ୍କ ନାମ ହେଉଛି ସୋମନାଥ ମହାନ୍ତି। ତାଙ୍କ ଘର ନୟାଗଡ଼ ଜିଲ୍ଲା ପାଣିପୋଇଲା ନିକଟବର୍ତ୍ତୀ ଘଣ୍ଟ ସାହି। ସେ ନୟାଗଡ଼ ସ୍ବଂୟଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପାସ୍‌ କରିବା ପରେ ୨୦୧୮ ମସିହାରେ CISFରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, CISF ଯବାନ ସୋମନାଥ ମହାନ୍ତି ସଲମାନଙ୍କ ଅଟକାଇବା ପରେ ସଲମାନ ଖାନ ତୁରନ୍ତ ବୁଝି ଯାଇଥିଲେ ଯେ ଏହା ଏକ ସୁରକ୍ଷା ଯାଞ୍ଚ ଓ ସେ ତୁରନ୍ତ ନିଜ ମାସ୍କ ହଟାଇ ସୁରକ୍ଷା ଯାଞ୍ଚର ପାରାମିଟରଗୁଡିକ ଅନୁସରଣ କରିଥିଲେ। ସୋସିଆଲ ମିଡିଆରେ ଦବଙ୍ଗ ଖାନଙ୍କ ଏହି ଷ୍ଟାଇଲକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଅପରପକ୍ଷେ କମେଣ୍ଟ କରି ଲୋକମାନେ CISF ଯବାନଙ୍କ କାର୍ଯକୁ ମଧ୍ୟ ଭୂରି ପ୍ରଶଂସା କରିଛନ୍ତି। ଭେଦଭାବ ବିନା କରିଥିବା କର୍ତ୍ତବ୍ୟକୁ ମଧ୍ୟ ବେଶ ପ୍ରଶଂସା କରୁଛନ୍ତି ଲୋକେ।

Leave A Reply

Your email address will not be published.