Odisha Link
Bridging the Missing Links in Odisha

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା: ଡିଏଫ୍‌ଓଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଗଜପତି: ଦିନ ଯେତେ ଗଡ଼ୁଛି ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାକୁ ନେଇ ଟ୍ବିଷ୍ଟ ବଢ଼ିବାରେ ଲାଗିଛି। ପୂର୍ବରୁ ଗଜପତି ଏସପିଙ୍କଠାରୁ କ୍ଲିନ୍‌ଚିଟ୍‌ ପାଇଥିବା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଶନିବାର କ୍ରାଇମବ୍ରାଞ୍ଚ ନିକଟରେ ହୋଇଛନ୍ତି ହାଜର। ୧୨ତାରିଖ ରାତିରେ DFO ସଂଗ୍ରାମ କେଶରୀ ବେହେରା ମେଡ଼ିକାଲରେ ମୃତ୍ୟୁ କାଳିନଜମାନ ବନ୍ଦି ସମୟରେ ଡାକ୍ତର ସହ ମିଶି କରୁଥିଲେ କ’ଣ ? ଆଜି ଜେରା କରିବ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌। ପୂର୍ବରୁ ଡାକ୍ତର ଓ ତହସିଲଦାରଙ୍କୁ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ। ସେହିପରି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ।

ସୌମ୍ୟଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଯେତିକି ଆଗକୁ ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପୁଲିସ୍ ତଦନ୍ତ ପରିସରଭୁକ୍ତ କରିନଥିବା ଡାକ୍ତର ଓ ତହସିଲଦାରଙ୍କୁ ପଚାରା ଉଚାରା କରିଛି କ୍ରାଇମବ୍ରାଞ୍ଚ। ହେଲେ ମୃତ୍ୟୁ କାଳୀନ ଜମାନବନ୍ଦିକୁ ନେଇ ରହିଥିବା ସନ୍ଦେହ ଘନିଭୂତ ହୋଇଛି। ଜଣେ ୯୫ ପ୍ରତିଶତ ପୋଡି ଯାଇଥିବା ବ୍ୟକ୍ତି କିଭଳି ମୃତ୍ୟୁ କାଳିନ ଜମାନ ବନ୍ଦି ଦେବାକୁ ସକ୍ଷମ ହେଲେ ତାକୁ ନେଇ ଆପତ୍ତି ରହିଛି।

ଡାକ୍ତର କହିଥିଲେ ଜମାନବନ୍ଦୀ ସମୟରେ ଡାକ୍ତର ଓ ମାଜିଷ୍ଟ୍ରେଟଙ୍କ ବ୍ୟତୀତ କେହି ଉପସ୍ଥିତ ନଥିଲେ। କିନ୍ତୁ ଭାଇରଲ ହେଉଥିବା ଭିଡିଓରେ ଡାକ୍ତର ଓ ତହସିଲଦାରଙ୍କ ସହ ଜମାନବନ୍ଦୀ ଲେଖା ହେବା ସମୟରେ DFO ଉପସ୍ଥିତ ଅଛନ୍ତି। ସେପଟେ ଜମାନବନ୍ଦୀ ଲେଖା ସମୟରେ ଭିଡିଓ ରେକର୍ଡ କରାଯାଇଥିବା କଥାକୁ ଡାକ୍ତର ଜାଣି ନଥିବା କହୁଥିବା ବେଳେ ତହସିଲଦାର ମୁହଁ ଖୋଲୁ ନାହାନ୍ତି। ଯାହା ପରିବାର ଲୋକଙ୍କ ଅଭିଯୋଗ ଓ ଲୋକଙ୍କ ସନ୍ଦେହ କୁ ଅଧିକ ଘନୀଭୂତ କରିଛି।

Leave A Reply

Your email address will not be published.