Odisha Link
Bridging the Missing Links in Odisha

ସାମ୍ବାଦିକଙ୍କୁ ନପାଇବାରୁ ପରିବାରକୁ ହତ୍ୟା

କାବୁଲ: ତାଲିବାନ ଆଫଗାନିସ୍ତାନକୁ ନିଜ ଦଖଲକୁ ନେବାପରେ ସରକାର ଗଠନ ପାଇଁ କରୁଛି ଜୋରଦାର ପ୍ରସ୍ତୁତି। କେବଳ ସେତିକି ନୁହେଁ ତାଲିବାନ ଏହାର ବିରୋଧୀମାନଙ୍କୁ ସର୍ବକ୍ଷମା ପ୍ରଦାନ କରିଥିବା ମଧ୍ୟ ଘୋଷଣା କରିଛି। ଏପରିକି ବିରୋଧିମାନେ ତାଲିବାନକୁ ଶାସନରେ ସାହାଯ୍ୟ କରନ୍ତୁ ବୋଲି ତାଲିବାନର ବରିଷ୍ଠ ନେତା ଅପିଲ କରିଛନ୍ତି।

ଅନ୍ୟପଟେ ତାଲିବାନ ବିରୋଧରେ ଖବର ପରିବେଷଣ କରୁଥିବା ସାମ୍ବାଦିକମାନଙ୍କୁ ମଧ୍ୟ ତାଲିବାନ ଟାର୍ଗେଟ କରିଛି। ଏକ ଜର୍ମାନୀ ନ୍ୟୁଜ ଚ୍ୟାନେଲ ପାଇଁ କାମ କରୁଥିବା ଆଫଗାନୀ ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କୁ ତାଲିବାନ ଆତଙ୍କବାଦୀ ହତ୍ୟା କରିଛନ୍ତି। ସାମ୍ବାଦିକ ଜଣଙ୍କୁ ଖୋଜିଖୋଜି ଆତଙ୍କବାଦୀ ତାଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ଘରେ ତାଙ୍କୁ ନ ପାଇବାରୁ ପରିବାର ୨ ଜଣ ସଦସ୍ୟଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ମୋବାଇଲ ଭିଡିଓ ଯୋଗେ ତାଲିବାନର ବର୍ବରତାକୁ ବର୍ଣ୍ଣନା କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ତାଲିବାନ ଟାର୍ଗେଟ କରୁଛି। ଜଣେ ବ୍ୟକ୍ତି ତାଲିବାନର ଆତଙ୍କରାଜକୁ ମୋବାଇଲରେ କଏଦ କରୁଥିବା କାରଣରୁ ଆକ୍ରମଣର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।

Leave A Reply

Your email address will not be published.