Odisha Link
Bridging the Missing Links in Odisha

ଅଟକ ପରେ ୧୫୦ ଭାରତୀୟଙ୍କୁ ଛାଡ଼ିଲା ତାଲିବାନ

କାବୁଲ: ଆଫଗାନିସ୍ତାର ରାଜଧାନୀ କାବୁଲ ଏୟାରପୋର୍ଟରେ ପ୍ରବାସୀ ଭାରତୀୟଙ୍କୁ ଏୟାରପୋର୍ଟରୁ ନେଇଯାଇଥିଲା ତାଲିବାନ। କିନ୍ତୁ ବର୍ତ୍ତମାନ ସମସ୍ତେ ସୁରକ୍ଷିତ। ସମସ୍ତ ଭାରତୀୟ ପୁଣି ଏୟାରପୋର୍ଟକୁ ଫେରୁଛନ୍ତି। ତାଲିବାନୀ ସମସ୍ତ ଲୋକଙ୍କ ପାସପୋର୍ଟ ଯାଞ୍ଚ କରିବା ପରେ ସେମାନଙ୍କୁ ଛାଡ଼ିଦେଇଥିବା ଜଣା ପଡ଼ିଛି।

ଆଫଗାନ ମିଡିଆ ସୂଚନା ମୁତାବକ, ତାଲିବାନୀ ପାଖାପାଖି ୧୫୦ ଭାରତୀୟଙ୍କୁ ଧରିନେଇଥିଲା। ତେବେ ଆବଶ୍ୟକ ଯାଞ୍ଚ ପରେ ପୁଣି ସେମାନେ ଫେରିଆସୁଥିବା ସୂଚନା ମିଳିଛି। କାବୁଲ ଏୟାରପୋର୍ଟରେ ତାଲିବାନୀ ପୁନଶ୍ଚ ସମସ୍ତ ଭାରତୀୟଙ୍କ ପାସପୋର୍ଟ ଯାଞ୍ଚ କରିବା ପରେ ସେମାନଙ୍କୁ ବିମାନବନ୍ଦରରେ ପ୍ରବେଶ ଅନୁମତି ଦେଇଛି। ତାଲିବାନର କହିବା ମୁତାବକ ଭାରତୀୟ ଯାତ୍ରୀଙ୍କୁ ଅପହରଣ କରାଯାଇନଥିଲା। ଏପରି ଖବରକୁ ଖଣ୍ଡନ କରିଛି ତାଲିବାନୀ।

ସେପଟେ ଏହି ଯାତ୍ରୀଙ୍କ ମଧ୍ୟରେ ଅଫଗାନିସ୍ତାନୀ ଶିଖ ସମ୍ପ୍ରଦାୟର ଲୋକେ ଥିବା ମଧ୍ୟ କହିଛି ତାଲିବାନ। କେବଳ ଭାରତୀୟ ଲୋକଙ୍କୁ ତାଲିବାନ ଛାଡ଼ିବାକୁ ଅନୁମତି ଦେଇଛି। ଫଳରେ ସେଠାରେ ଫସି ରହିଥିବା ଭାରତୀୟ ଯାତ୍ରୀ ବର୍ତ୍ତମାନ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରିବା ନେଇ ଖବର ମିଳିଛି।

ସୂଚନା ଅନୁଯାୟୀ ଲୋକମାନେ ଆଜି ସକାଳେ କାବୁଲ ବିମାନ ବନ୍ଦର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଲିବାନୀ ଆତଙ୍କବାଦୀଙ୍କ ଏକ ଦଳ ସେଠାରେ ପହଞ୍ଚିଥିଲା ଓ ଏହି ଲୋକମାନଙ୍କୁ ଅପହରଣ କରି ନେଇ ତାରାଖିଲ ଚାଲିଯାଇଥିଲେ। ଅପହୃତଙ୍କ ମଧ୍ୟରେ ବହୁ ଭାରତୀୟ ଓ ଆଫଗାନୀ ଶିଖ୍ ଥିଲେ । ତେବେ ତାଲିବାନୀମାନେ ଅପହରଣ କଲାବେଳେ ଭାରତୀୟଙ୍କୁ ମାରପିଟ୍ କରିଛନ୍ତି। ତାଲିବାନୀମାନେ ଭାରତୀୟଙ୍କୁ ଅନ୍ୟ ଏକ ଗେଟ୍‌ରେ ବିମାନ ବନ୍ଦର ଭିତରକୁ ପ୍ରବେଶ କରାଇ ଦେବାକୁ କହି ସେଠାରୁ ଅପହରଣ କରିନେଇଥିବା ମଧ୍ୟ ସୂଚନା ମିଳିଥିଲା ।

Leave A Reply

Your email address will not be published.