Odisha Link
Bridging the Missing Links in Odisha

ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ। ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଥିବା ସ୍ନାତକୋତ୍ତର ବିଭାଗଗୁଡ଼ିକରେ ନାମ ଲେଖିବା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଆରମ୍ଭ ହୋଇଛି। ଏହି ପରୀକ୍ଷା ସେପ୍ଟେମ୍ବର ୩ ତାରିଖରେ ଶେଷ ହେବ। ଏଥିପାଇଁ ୬୩ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି।

୩ଟି ସିଟିଂରେ ପରୀକ୍ଷା ହେବା। ପ୍ରଥମ ସିଟିଂ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ। ଦ୍ବିତୀୟ ସିଟିଂ ୧୨ଟା ୩୦ରୁ ୨ଟା ଓ ତୃତୀୟ ସିଟିଂ ୩ଟାରୁ ଆରମ୍ଭ ହୋଇ ୪ଟା ୩୦ରେ ଶେଷ ହେବ। ଅକ୍ଟୋବର ୧୨ ତାରିଖରେ ବିଭାଗ ଅନୁଯାୟୀ ରାଜ୍ୟସ୍ତରୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ।

ଅକ୍ଟୋବର ୧୭ପର୍ଯ୍ୟନ୍ତ ଚଏସ୍ ଫିଲିଂ କରିପାରିବେ ଛାତ୍ରଛାତ୍ରୀ। ୨୨ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ୍ ପ୍ରକାଶ ପାଇବ। ୨୫ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନଲାଇନ୍‌ରେ ଫି’ ଦାଖଲ କରିବେ। ନଭେମ୍ବର ୧୨ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ ବୋଲି ସାମ୍‌ସ କର୍ତ୍ତପକ୍ଷ ସୂଚନା ଦେଇଛନ୍ତି।

Leave A Reply

Your email address will not be published.