Odisha Link
Bridging the Missing Links in Odisha

ତ୍ରିରଙ୍ଗାକୁ ଅସମ୍ମାନ: ଜାତୀୟ ପତାକା ଉପରେ ବିଜେପିର ଦଳୀୟ ପତାକା

ଲକ୍ଷ୍ନୌ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କର ଆଜି ଶେଷକୃତ୍ୟ ହୋଇଛି। ୮୯ ବର୍ଷୀୟ କଲ୍ୟାଣ ସିଂଙ୍କର ଶନିବାର ରାତିରେ ଦେହାନ୍ତ ହୋଇଥିଲା। ଗତକାଲି ବହୁଲୋକ ତାଙ୍କର ପ୍ରାର୍ଥୀବ ଶରୀରକୁ ଅନ୍ତିମ ଦର୍ଶନ କରିଥିଲେ। ଏହି ସମୟରେ ତାଙ୍କ ପ୍ରାର୍ଥୀବ ଶରୀର ଉପରେ ଜାତୀୟ ପତାକା ରହିଥିଲା। କିନ୍ତୁ ଏହା ଉପରେ ବିଜେପିର ଦଳୀୟ ପତାକା ରହିଥିବା ଦେଖିବାକୁ ମିଳିଛି। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଜାତୀୟ ପତାକା ଉପରେ ବିଜେପିର ଦଳୀୟ ପତାକା ନେଇ ଅନେକ ଦଳର ନେତା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଯୁବ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରେ ଟୁଇଟ୍ କରି କୁହାଯାଇଛି, ତ୍ରିରଙ୍ଗା ଉପରେ ଜାତୀୟ ପତାକା, ଆତ୍ମଘୋଷିତ ଦେଶପ୍ରେମୀମାନେ ତ୍ରିରଙ୍ଗାକୁ ସମ୍ମାନ ଦେଉଛନ୍ତି ନା ଅପମାନ କରୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି। ନ୍ୟୁ ଇଣ୍ଡିଆରେ ଜାତୀୟ ପତାକା ଉପରେ ବିଜେପି ପତାକା ରହିବ କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା। ସମାଜବାଦୀ ପାର୍ଟି ମୁଖପାତ୍ର ଘନଶ୍ୟାମ ତିୱାରୀ ଏହାକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଜାତୀୟ ପତାକା ଉପରେ ଦଳୀୟ ପତାକା, ହେଲେ ଏହାକୁ ନେଇ ଦଳର କୌଣସି ପଶ୍ଚାତାପ ନାହିଁ।

କଂଗ୍ରେସର ବରିଷ୍ଠ ନେତା ତଥା ଦଳର ସାଂସଦ ଶଶୀ ଥରୁର ମଧ୍ୟ ଟ୍ୱିଟ କରି କହିଛନ୍ତି, ଜାତୀୟ ସଂଗୀତ ଗାନ କରିବା ସମୟରେ ମୁଁ ଛାତି ଉପରେ ହାତ ରଖିଥିବାରୁ ଚାରି ବର୍ଷ ପର୍ଯ୍ୟନ୍ତ କୋର୍ଟରେ ଲଢ଼େଇ କରିଥିଲି। କିନ୍ତୁ ଶାସକ ଦଳ ଏବେ ଦେଶକୁ କହିବା ଦରକାର ଯେ ସେ କିପରି ଅପମାନକୁ ଅନୁଭବ କରୁଛି?

ସୂଚନାଯୋଗ୍ୟ, ଜାତୀୟ ସମ୍ମାନ ଆଇନର ଅପବ୍ୟବହାରର ଧାରା ଅନୁଯାୟୀ, “ଯିଏ ସର୍ବସାଧାରଣ ସ୍ଥାନରେ କିମ୍ବା ଅନ୍ୟ କୌଣସି ଜାଗାରେ ଜାତୀୟ ପତାକାକୁ ଅସମ୍ମାନ କିମ୍ବା ଅବମାନନା କଲେ କାରାଦଣ୍ଡ ସହି ଜୋରିମାନା ହୋଇପାରିବ।

Leave A Reply

Your email address will not be published.