Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଯିବାକୁ କହିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟରେ ଆବେଦନ କରିବାକୁ ପରୀ’ର ମାଆଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ମାମଲାର ସିବିଆଇ ତଦନ୍ତ ଦାବିରେ ପରୀ’ ମା ସୁପ୍ରିମକୋର୍ଟ ଯାଇଥିଲେ। ପ୍ରଥମେ ରିଟ୍ ଓ ପରେ ଏସଏଲପି ଜରିଆରେ ଆବେଦନ କରିଥିଲେ ପରୀଙ୍କ ମାଆ।

ସୂଚନାଯୋଗ୍ୟ, ୫ ବର୍ଷର ନାବାଳିକା ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଘରକୁ ଫେରି ନଥିଲା। ୨୩ରେ ପରୀର ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସରୋଜ ଧରାପଡିଥିଲା।

Leave A Reply

Your email address will not be published.