Odisha Link
Bridging the Missing Links in Odisha

ଆଜିଠୁ ୟୁଟ୍ୟୁବରେ ପାଠପଢିବେ +୨ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଅନଲାଇନ୍ ମୋଡରେ ୟୁଟ୍ୟୁବରେ ପାଠପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ୟୁ ଟ୍ୟୁବରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ଶିକ୍ଷାଗ୍ରହଣ କରିବେ। ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ ଟ୍ୟୁବରେ ପାଠ ପଢାଯାଉଛି। ଏଥିରେ ସଫଳତା ପରେ ଯୁକ୍ତ ଦୁଇ ପିଲାଙ୍କ ପ୍ରତି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର।

ଯେଉଁମାନେ କରୋନା ପାଇଁ କ୍ଲାସ କରିପାରୁ ନାହାନ୍ତି, ସେମାନେ ଘରେ ରହି ୟୁ ଟ୍ୟୁବରେ ସମସ୍ତ ସିଲାବସ ପଢ଼ିପାରିବେ। ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଅଭିଭାବକଙ୍କ ଅନୁମତି ଆଣି ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ। ଯେଉଁ ଅଭିଭାବକ ଅନୁମତି ଦେଉ ନାହାନ୍ତି, ସେମାନଙ୍କ ପିଲାମାନେ ୟୁ ଟୁବରେ ପାଠ ପଢିବେ।

Leave A Reply

Your email address will not be published.