Odisha Link
Bridging the Missing Links in Odisha

ଆଫଗାନିସ୍ତାନକୁ ଫେରି ପାରିବେ ଗନୀ ଓ ସାଲେହ୍‌: ଖଲିଲ୍‌ ହକ୍କାନୀ

କାବୁଲ: ଆଫଗାନିସ୍ତାନକୁ ଫେରି ପାରିବେ ରାଷ୍ଟ୍ରପତି ଅଶରଫ୍‌ ଗନୀ ଏବଂ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌। ତାଲିବାନ୍‌ ତାଙ୍କୁ କ୍ଷମା କରି ଦେଇଛିବା ଇଚ୍ଛା କଲେ ସେ ଦୁହେଁ ଆଫଗାନିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ବରିଷ୍ଠ ତାଲିବାନ୍ ନେତା ଖଲିଲ୍‌ ଉର୍‌ ରହମନ୍‌ ହକ୍କାନୀ କହିଛନ୍ତି।

ଖଲିଲ୍‌ ଉର୍‌ ରହମନ୍‌ ହକ୍କାନୀ କହିଛନ୍ତି, ଗନୀ, ସାଲେହ୍‌ ଏବଂ ପୂର୍ବତନ ଜାତୀୟ ନିରାପତ୍ତା ପରାମର୍ଶଦାତା ହମଦୁଲ୍ଲା ମୋହିବ୍‌ ଏବଂ ତାଲିବାନ ସଙ୍ଗଠନ ମଧ୍ୟରେ କୌଣସି ଶତ୍ରୁତା ନାହିଁ।ଆମେ ଅଶରଫ୍‌ ଗନୀ, ଅମରୁଲ୍ଲା ସାଲେହ୍‌ ଏବଂ ହମଦୁଲ୍ଲା ମୋହିବ୍‌ଙ୍କୁ କ୍ଷମା କରିଛୁ। ତାଲିବାନ ଏବଂ ସେ ତିନିଜଣଙ୍କ ମଧ୍ୟରେ ଥିବା ଶତ୍ରୁତା ଥିଲା ଧର୍ମଭିତ୍ତିକ। ଆମ ବିପକ୍ଷରେ ଲଢ଼ିଥିବା ଜେନେରାଲ୍‌ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ; ଆମ ତରଫରୁ ଆମେ ସମସ୍ତଙ୍କୁ କ୍ଷମା କରି ଦେଇଛୁ।

ଦେଶ ଛାଡ଼ି ଚାଲିଯାଉଥିବା ଜନତାଙ୍କୁ ନ ଯିବାକୁ ହକ୍କାନୀ କହିଛନ୍ତି। ତାଲିବାନ୍‌ ସେମାନଙ୍କ ଉପରେ ପ୍ରତିଶୋଧ ନେବେ ବୋଲି ‘ଶତ୍ରୁ’ମାନେହିଁ ପ୍ରଚାର ଚଳାଇଛନ୍ତି। ତାଜିକ୍‌, ବାଲୋଚ୍, ହାଜାର୍‌ ଏବଂ ପାଶ୍‌ତୁନ୍ ସମସ୍ତେ ଆମର ଭାଇ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ତାଲିବାନ ଯୁଦ୍ଧ କରି ନ ଥାନ୍ତା। ଯୁକ୍ତରାଷ୍ଟ୍ର ଆମେରିକା ସେମାନଙ୍କ ମାତୃଭୂମି ଉପରେ ଆକ୍ରମଣ କରି ତା’ର ସଂସ୍କୃତି, ଧର୍ମ ଓ ଦେଶ ବିପକ୍ଷରେ ସଂଗ୍ରାମ କରିବାରୁ ତାଲିବାନ୍‌ ଅସ୍ତ୍ର ଧରିଲେ।

Leave A Reply

Your email address will not be published.