Odisha Link
Bridging the Missing Links in Odisha

ତାଲିବାନୀଙ୍କୁ ସହାୟତା କରୁଛି ପାକିସ୍ତାନ: ଆରୟାନା ସୟିଦ୍

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଏବେ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ବହୁ ସଂଖ୍ୟକ ଲୋକେ ଦେଶ ଛାଡୁଛନ୍ତି। ଏହାରି ମଧ୍ୟରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଆଫଗାନିସ୍ତାନର ପପ୍ ଗାୟିକା ଆର୍ଯ୍ୟାନା ସୟିଦ୍। ତାଲିବାନକୁ ପାକିସ୍ତାନ ହିଁ ବଳ ଦେଉଥିବା ସେ କହିଛନ୍ତି। ଆଫଗାନିସ୍ତାନର ସ୍ଥିତି ନେଇ ପାକିସ୍ତାନ ଦାୟୀ ବୋଲି ସେ କହିଛନ୍ତି।

ପପ୍ ସିଙ୍ଗର୍ ଆରୟାନା ସୟିଦ୍ କାବୁଲରୁ ଆସି ଭାରତରେ ପହଞ୍ଚିଛନ୍ତି। ପାକିସ୍ତାନ ତାଲିବାନକୁ ଶକ୍ତିଶାଳୀ କରାଉଥିବାର ଅନେକ ପ୍ରମାଣ ସେମାନେ ବର୍ଷ ବର୍ଷ ଧରି ଦେଖିଥିବା ବୋଲି କହିଛନ୍ତି ପପ୍ ଷ୍ଟାର୍ ଆରୟାନା ସୟିଦ। ଯେତେବେଳେ ତତ୍କାଳୀନ ଆଫଗାନିସ୍ତାନ ସରକାର କୌଣସି ତାଲିବାନୀ ଆତଙ୍କବାଦୀକୁ ଧରିଛନ୍ତି ସେତେବେଳେ ତାର ପାକିସ୍ତାନ ଲିଙ୍କ୍ ଥିବା ସାମ୍ନାକୁ ଆସିଛି।

ତାଲିବାନ ଆତଙ୍କୀଙ୍କୁ ପାକିସ୍ତାନ ଟ୍ରେନିଂ ଦେଉଥିବାର ମଧ୍ୟ ସେ କହିଛନ୍ତି। ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତିର ସମାଧାନ ପାଇଁ ଅନ୍ତର୍ଜାତୀୟ ସମୁଦାୟ ବସି ସମାଧାନର ରାସ୍ତା ବାହାର କରିବା ଆବଶ୍ୟକ ବୋଲି ପପ୍ ସିଙ୍ଗର ଆରୟାନା ସୟିଦ୍ କହିଛନ୍ତି। ଆଫଗାନିସ୍ତାନରେ ଭାରତ ସରକାରଙ୍କ କାର୍ଯ୍ୟର ସେ ପ୍ରଶଂସା କରିବା ସହିତ ସେ ଭାରତକୁ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି।

Leave A Reply

Your email address will not be published.