Odisha Link
Bridging the Missing Links in Odisha

ଆଜି ୪ଟାରେ ପ୍ରକାଶ ପାଇବ ଅଫଲାଇନ୍‌ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ। ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତଥର ଅଫଲାଇନରେ ମୋଟ୍ ୧୫, ୧୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ପିଲାମାନେ ହିଁ ଅଫଲାଇନ୍ ପରୀକ୍ଷା ଦେଇଥିଲେ।

କୋଭିଡ ଯୋଗୁଁ ଏପ୍ରିଲ ୨୧ରେ ପରୀକ୍ଷା ବାତିଲ ପାଇଁ ଘୋଷଣା ହୋଇଥିଲା। ବୈକଳ୍ପିକ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫଲାଇନ୍‌ ପରୀକ୍ଷା ଦେଇଥିଲେ।

Leave A Reply

Your email address will not be published.