Odisha Link
Bridging the Missing Links in Odisha

ତୃତୀୟ ଲହର ମୁକାବିଲା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରକୁ ନେଇ ବଢିଲା ଚିନ୍ତା। ଆଜି ଅପରାହ୍ନ ୩ଟା ୩୦ରେ ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକରେ ବର୍ତମାନର କରୋନା ସ୍ଥିତି ନେଇ ଚର୍ଚ୍ଚା କରାଯିବ।ମହାମାରୀରୁ ବର୍ତ୍ତିବା ପାଇଁ ବର୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ନେଇ ମଧ୍ୟ ସମୀକ୍ଷା ହେବ।

ସୂଚନା ଅନୁସାରେ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, କ୍ୟାବିନେଟ୍ ସଚିବ ଓ ନୀତି ଆୟୋଗ ମଧ୍ୟ ସାମିଲ ହେବେ। ବୈଠକରେ କରୋନାର ତୃତୀୟ ଲହରରୁ ମୁକୁଳିବା ପାଇଁ ନୂଆ ପଦକ୍ଷେପ ନେଇ ଆଲୋଚନା କରାଯିବ। ଆସନ୍ତା ଅକ୍ଟୋବରରେ କରୋନାର ତୃତୀୟ ଲହର ଶୀର୍ଷ ଛୁଇଁବା ନେଇ ସତର୍କ କରାଇଛନ୍ତି ବିଶେଷଜ୍ଞ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏନଆଇଡିଏମ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବରରେ ଦେଶରେ ତୃତୀୟ ଲହର ଶୀର୍ଷରେ ପହଞ୍ଚିଥିବ। ଦୈନିକ ୪ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ବ୍ୟକ୍ତ କରାଯାଇଛି ରିପୋର୍ଟରେ କୁହାଯାଇଛି। ତୃତୀୟ ଲହରରେ ଅଧିକ ଛୋଟ ପିଲା ସଂକ୍ରମିତ ହେବା ଆଶଙ୍କା ଥିବାରୁ ମୁକାବିଲା ପାଇଁ ଚିକିତ୍ସା ସୁବିଧା ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛି କମିଟି।

Leave A Reply

Your email address will not be published.