Odisha Link
Bridging the Missing Links in Odisha

ଅମିତାଭ ବଚ୍ଚନଙ୍କ ୭ ଦାମୀ କାର୍ ଜବତ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ୭ଟି ଦାମୀ କାର୍ ଜବତ। ଅମିତାଭ ବଚ୍ଚନଙ୍କ ନାଁରେ ଥିବା ଏକ ଦାମୀ ରୋଲ୍ସ-ରୟସ ଫାଣ୍ଟମ କାର୍ ସମେତ ୭ଟି ଲକଜରି କାର ଜବତ କରିଛି କର୍ଣ୍ଣାଟକ ପରିବହନ ବିଭାଗ।

ଫିଲ୍ମ ଏକଲବ୍ୟର ରିଲିଜ ପରେ ୨୦୦୭ରେ ଏହି କାରକୁ ଅମିତାଭ ବଚ୍ଚନଙ୍କୁ ଗିଫ୍ଟ ଦେଇଥିଲେ ନିର୍ମାତା ବିଧୁ ବିନୋଦ ଚୋପ୍ରା। ଯଦିଓ ଏହି କାରକୁ ବିଗ୍ ବି ୨୦୧୯ରେ ଉମରା ଡେଭଲପର୍ସର ମାଲିକ ୟୁସୁଫ ସରିଫ ଓରଫ ଡି.ବାବୁଙ୍କୁ ବିକ୍ରି କରିଥିଲେ ତଥାପି ଏହାକୁ ଆଜିଯାଏଁ ବ୍ୟବହାର କରୁଥିଲେ।

ଉପଯୁକ୍ତ କର ଦାଖଲ ନ କରିବା, କାଗଜପତ୍ର ଅପଡେଟ ନ କରିବା ଆଦିକ କାରଣରୁ ଏହି କାର୍ ଜବତ ଯାଇଛି। ଏହି ୭ କାର୍ ମଧ୍ୟରୁ ୫ଟି କାର୍ ପୁଡୁଚେରୀରେ ପଞ୍ଜିକୃତ ହୋଇଥିବାବେଳେ ସ୍ଥାନୀୟ ୟୁବି ସିଟିରେ ପାର୍କିଂ ହୋଇ ରହିଥିଲା। ସେହିପରି ରୋଡ ଟାକ୍ସ ଉପଯୁକ୍ତ ପରିମାଣର ବନ୍ଧା ଯାଇ ନଥିବାବେଳେ ବୀମା ଅବଧି ବି ସରିଯାଇଥିଲା।

ୟୁସୁଫ କହିଛନ୍ତି, ଗତ ୨୦୧୯ରେ ସେ ଏହି କାରକୁ ଅମିତାଭଙ୍କଠାରୁ ୬ କୋଟି ଟଙ୍କା ଦେଇ କ୍ରୟ କରିଥିଲେ। ତେବେ କାରର ଆବଶ୍ୟକ କାଗଜପତ୍ର ତାଙ୍କ ନିକଟରେ ନାହିଁ।

Leave A Reply

Your email address will not be published.