Odisha Link
Bridging the Missing Links in Odisha

ବର୍ଷାଙ୍କୁ ପୁଣି ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ନୂଆ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ଆଉ ତାଙ୍କୁ ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଅନୁଭବ ମହାନ୍ତି। ନୂଆ ଫିଲ୍ମ ପାଇଁ ଅନୁଭବ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ଅନୁଭବ ଟ୍ବିଟ୍‌ କରି ଲେଖିଛନ୍ତି, ‘ତୁମ ନୂଆ ଚଳଚିତ୍ର ଶୁଟିଂ ବିଷୟରେ ଜାଣିବାକୁ ପାଇଲି। ଆରମ୍ଭରୁ ହିଁ ତୁମେ ଆତ୍ମବିଶ୍ୱାସୀ ଓ ନିଜ କର୍ମ ଷେତ୍ରରେ ନିଷ୍ପତ୍ତି ନେବାରେ ସ୍ୱାଧୀନ ରହିଆସିଛ। ଶୁଭେଚ୍ଛା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଁ ଓ ମୋ ପରିବାର ତୁମର ସଫଳତା କାମନା କରୁଛୁ।’ ଅନୁଭବଙ୍କ ଏହି ଟ୍ବିଟକୁ ନେଇ ମଧ୍ୟ ଏବେ ଜୋରଦାର ଚର୍ଚ୍ଚା ହେଉଛି। ଏହାପୂର୍ବରୁ ଅଗଷ୍ଟ ୭ ତାରିଖରେ ବର୍ଷାଙ୍କ ଜନ୍ମ ଦିନ ଅବସରରେ ଅନୁଭବ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ।

ବର୍ଷାଙ୍କ ଅଭିନୀତ ‘ବିଜୟିନୀ’ ଶୀର୍ଷକ ଚଳଚ୍ଚିତ୍ରର ମହୂରତ ମଙ୍ଗଳବାର କଟକରେ ହୋଇଛି। ଟ୍ୱିଟ୍ କରି ବର୍ଷା କହିଛନ୍ତି, ‘ମୋର ଆଗାମୀ ଚଳଚ୍ଚିତ୍ର ‘ବିଜୟିନୀ’ର ଶୁଭ ମୁହୂରତ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଏକ ନୂତନ ଯାତ୍ରା ପାଇଁ ପୂରା କାଷ୍ଟ ଏବଂ କ୍ରୁ’ଙ୍କ ନିମନ୍ତେ ଏହା ଏକ ବିଶେଷ ଉତ୍ସବ ଥିଲା। ଏହି ପ୍ରୋଜେକ୍ଟ ପାଇଁ ଏକାଠି ହୋଇଥିବାରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଇବା ସହିତ ପ୍ରତିଭାବାନ ଟିମ ସହିତ କାମ କରିବା ପାଇଁ ମୁଁ ବିଶେଷ ଉତ୍ସାହିତ ଅଛି।’

ଓଲିଉଡ୍‌ ଜଗତର ହିଟ ଯୋଡ଼ି କୁହାଯାଉଥିବା ଅନୁଭବ ଓ ବର୍ଷା ଦୁହେଁ ପ୍ରେମ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇ କଥା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଛି। ପତ୍ନୀ ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିବା ବେଳେ ଅନୁଭବ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ମାମଲା ଆବେଦନ କରିଛନ୍ତି। ଯାହା ଏବେ ଏହା ବିଚାରାଧୀନ ରହିଛି।

 

Leave A Reply

Your email address will not be published.