Odisha Link
Bridging the Missing Links in Odisha

ନୟାଗଡ଼ର ସୋମନାଥଙ୍କୁ CISFର ପ୍ରଶଂସା

ଭୁବନେଶ୍ବର: ବର୍ତ୍ତମାନ ସୋସିଆଲ ମିଡିଆରେ ସବୁଠି ଚର୍ଚ୍ଚାରେ CISF ଯବାନ ସୋମନାଥ ମହାନ୍ତି। ମୁମ୍ବାଇ ବିମାନବନ୍ଦରରେ ସଲମାନଙ୍କୁ ଅଟକାଇ ରାତି ରାତି ହିରୋ ପାଲଟିଥିଲେ ନୟାଗଡ଼ ଯୁବକ ସୋମନାଥ। ହେଲେ ଦିନକ ପରେ ତାଙ୍କ ମୋବାଇଲ ଜବତ କରିଯାଇଥିବା ନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏପରିକି ଯବାନଙ୍କୁ ଦଣ୍ଡିତ କରାଯାଇଛି ବୋଲି ଖବର ପ୍ରକାଶ ପାଇଥିଲା।।ଯାହାଫଳରେ ହିରୋ ପାଲଟିଥିବା ଯବାନ ବିବାଦ ଘେରକୁ ଆସିଥିଲେ। ଏସବୁ ମଧ୍ୟରେ ସ୍ପଷ୍ଟୀକରଣ ରଖିଛି CISF। ଭୁଲ ତଥ୍ୟ ଦିଆଯାଇଛି। ପ୍ରକୃତ କଥା ହେଉଛି ଯେ କର୍ତ୍ତବ୍ୟ ପାଳନ କରିବା ପାଇଁ ଯବାନଙ୍କୁ ପୁରସ୍କୃତ କରାଯାଇଛି ବୋଲି CISF ପକ୍ଷରୁ ଟ୍ବିଟ୍‌ କରାଯାଇଛି।

CISF ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, ଏହି ଟ୍ୱିଟ୍‌ରେ ଭୁଲ ତଥ୍ୟ ଦିଆଯାଇଛି। ଖବର କୌଣସି ଫ୍ୟାକ୍ଟ ନାହିଁ। ସୋମନାଥ ମହାନ୍ତିଙ୍କୁ ଦଣ୍ଡ ଦିଆଯାଇ ନାହିଁ କିନ୍ତୁ ଏଥିପାଇଁ ପୁରସ୍କୃତ କରାଯାଇଛି ।କାରଣ ସେ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିଥିଲେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ନିକଟରେ ବଲିଉଡର ଦବଙ୍ଗ ଖାନ୍‌ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିିଥିଲା ଯେ, ସଲମାନ ଖାନ ନିଜ ବିଳାସପୂର୍ଣ୍ଣ କାରରୁ ଓହ୍ଲାଇ ବିମାନବନ୍ଦର ଗେଟ୍ ଆଡକୁ ଯାଉଥିଲେ। ଯେତେବେଳେ ସେ ବିମାନବନ୍ଦରରେ ପ୍ରବେଶ କରୁଥିଲେ ସେତବେଳେ ଜଣେ CISF ଯବାନ ସଲମାନଙ୍କୁ ଅଟକାଉଥିବାର ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଥିଲା।

CISF ଯବାନ ସୋମନାଥ ମହାନ୍ତି ସଲମାନଙ୍କ ଅଟକାଇବା ପରେ ସଲମାନ ଖାନ ତୁରନ୍ତ ବୁଝି ଯାଇଥିଲେ ଯେ ଏହା ଏକ ସୁରକ୍ଷା ଯାଞ୍ଚ ଓ ସେ ତୁରନ୍ତ ନିଜ ମାସ୍କ ହଟାଇ ସୁରକ୍ଷା ଯାଞ୍ଚର ପାରାମିଟରଗୁଡିକ ଅନୁସରଣ କରିଥିଲେ। ସୋସିଆଲ ମିଡିଆରେ ଦବଙ୍ଗ ଖାନଙ୍କ ଏହି ଷ୍ଟାଇଲକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଅପରପକ୍ଷେ କମେଣ୍ଟ କରି ଲୋକମାନେ CISF ଯବାନଙ୍କ କାର୍ଯକୁ ମଧ୍ୟ ଭୂରି ପ୍ରଶଂସା କରିଛନ୍ତି। ଭେଦଭାବ ବିନା କରିଥିବା କର୍ତ୍ତବ୍ୟକୁ ମଧ୍ୟ ବେଶ ପ୍ରଶଂସା କରୁଛନ୍ତି ଲୋକେ।

Leave A Reply

Your email address will not be published.