Odisha Link
Bridging the Missing Links in Odisha

ଭୂତାଣୁ ରୂପ ବଦଳାଇଲେ ଅଧିକ ରହିବ ପ୍ରଭାବ: ଡିଏମଇଟି

ଭୁବନେଶ୍ବର: ତୃତୀୟ ଲହର ଆସିବା ନେଇ ଆଶଙ୍କା କରାଯାଉଛି। ଏହାରି ମଧ୍ୟରେ ତୃତୀୟ ଲହର ପ୍ରଭାବ ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ତୃତୀୟ ଲହର ଦ୍ଵିତୀୟ ଲହର ଭଳି ପ୍ରଭାବ ନପକାଇପାରେ ମାତ୍ର ଯଦି ଭୂତାଣୁ ରୂପ ବଦଳାଏ ତେବେ ଅଧିକ ପ୍ରଭାବ  ରହିବ। ଭୂତାଣୁ ରୂପ ନବଦଳାଇଲେ ଏତେ ପ୍ରଭାବ ରହିବ ନାହିଁ।

ସେ ଆହୁରି କହିଛନ୍ତି, ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ ହେଉଛି। କେଉଁ ମଡେଲ କହୁଛି, ତୃତୀୟ ଲହରରେ ଦେଶରେ ଦିନକୁ ୪ରୁ ୫ ଲକ୍ଷ ପଜିଟିଭି ଚିହ୍ନଟ ହେବ। ଆଉ କେଉଁ ମଡେଲ କହୁଛି,ଏତେ ପ୍ରଭାବ ପଡିବ ନାହିଁ। ଆଇଆଇଟି କାନପୁର ସୂତ୍ର ମଡେଲ କହୁଛି, ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ। କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

ଏହା ସହ ସେ କହିଛନ୍ତି ଯେ, କଟକ ଏସସିବିରେ ଏକମୋ ଚିକିତ୍ସା ଆସନ୍ତା ୨୭ତାରିଖରେ ଆରମ୍ଭ ହେବ। ପୂର୍ବ ଭାରତରେ ସରକାରୀ ଭାବେ ଏହା ହେବ ସବୁଠାରୁ ବଡ଼ ୟୁନିଟ। ଗତକାଲି ଏନେଇ ଏସସିବି ମେଡିକାଲରେ ସମୀକ୍ଷା କରାଯାଇଛି। ଏସସିବିରେ ସମୁଦାୟ ୯ଟି ଇକୋମୋ ମେସିନ ରହିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।

Leave A Reply

Your email address will not be published.