Odisha Link
Bridging the Missing Links in Odisha

୮୦ କୋଟି ଚଳୁକଲେ ନୟାଗଡ଼ ନେତା, ଗିରଫ ଦାବିରେ ଆଦିବାସୀ ମେଳି

ନୟାଗଡ଼: ନୟାଗଡ଼ ବିଜେଡିର ବାହୁବଳୀ ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧରୀ ପରିଡ଼ାଙ୍କ ଗିରଫ ଦାବି କଲେ ଦଳିତ-ଆଦିବାସୀ ସୁରକ୍ଷା ମଞ୍ଚ। ବୁଧବାର ଦିନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଶହ ଶହ ଦଳିତ ଲୋକ ନୟାଗଡ଼ ଜିଲ୍ଲାପାଳ ଅଫିସ୍‌ ଘେରାଉ କରିବା ସହ ଦେଇଛନ୍ତି ଧାରଣା। ଏପରିକି ଗୟାଧର ଗିରଫ ନହେଲା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଧମକ ଦେଇଛନ୍ତି। ଯାହାକୁ ନେଇ ଜିଲ୍ଲା ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ।

ସୂଚନାଯୋଗ୍ୟ, ଜୁଲାଇ ୧୧ ତାରିଖରେ ଦିନ ଭାପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତିଲତା ବେହେରୋ ବ୍ଲକ୍‌ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ନାମରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ସେ ଶ୍ରୀ ପରିଡ଼ାଙ୍କ ନାମରେ ସରକାରୀ କାର୍ଯ୍ୟରେ ଅନିୟମିତତା, ସରକାରୀ ଟଙ୍କାର ଆତ୍ମସାତ ଓ ଜାଲ୍‌ ଦସ୍ତଖତରେ ଟଙ୍କା ଲୁଟୁଥିବାର ଅଭିଯୋଗ ଆଣିଥିଲେ। ଏନେଇ ସେ ଫତେଗଡ଼ ଥାନାରେ ଏକ ଅଭିଯୋଗ ପତ୍ର ମଧ୍ୟ ଦାଖଲ କରିଥିଲେ।

ଶ୍ରୀମତି ବେହେରା ଅଭିଯୋଗ ପତ୍ରରେ ଲେଖିଥିଲେ ଯେ, ବ୍ଲକ୍‌ ଉପାଧ୍ୟକ୍ଷ ଗୟାଧର ପରିଡ଼ା ମୋତେ ମୋ କାର୍ଯ୍ୟ କରିବାକୁ ସୁଯୋଗ ଦେଉ ନାହାନ୍ତି। ସେ ବେନିୟମ ଭାବେ ବ୍ଲକରେ ଥିବା ମୋ ବ୍ୟକ୍ତିଗତ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ମାଡ଼ି ବସିଛନ୍ତି। ଗତ ଦୁଇ ବର୍ଷ ହେଲାଣି ମୋ ଅଜାଣତରେ ସମସ୍ତ ସରକାରୀ କାର୍ଯ୍ୟ ବେନିୟମ ଭାବେ ଗୟାଧର ପରିଡ଼ା କରୁଛନ୍ତି।

ସରକାରୀ ଲେଟର ପ୍ୟାଡର ନକଲ ଓ ଦସ୍ତଖତକୁ ଜାଲିଆତି କରି ବହୁ ଟଙ୍କା ହଡ଼ପ କରିବା ସହିତ ଅନେକ ବିଲ୍‌ ପେମେଣ୍ଟ କରାଯାଇଥିବା ଅଭିଯୋଗ ଆଣିଥିଲେ ଶ୍ରୀମତି ବେହେରା। ପାଖାପାଖି ୮୦ କୋଟି ଟଙ୍କାର ମିଥ୍ୟା ବିଲ୍‌ ଗୟାଧର କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଗୟାଧର ପରିଡ଼ା ଜଣେ ବରିଷ୍ଠ ବିଜୁ ଜନତା ଦଳର ବରିଷ୍ଠ ନେତା। ସେ ଦୀର୍ଘ ୧୫ ବର୍ଷ ଧରି ଭାପୁର ବ୍ଲକ୍ ବିଜେଡିର ସଭାପତି ଥିବା ବେଳେ ଭାପୁର ପଞ୍ଚାୟତ ସମିତିର ଥରେ ଅଧ୍ୟକ୍ଷ ଓ ଦୁଇଥର ଉପାଧ୍ୟକ୍ଷ ହୋଇଛନ୍ତି।

Leave A Reply

Your email address will not be published.