Odisha Link
Bridging the Missing Links in Odisha

ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ। ଗତ କାଲି କରୋନା କଟକଣା ପରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିଲା। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ୪ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ।

ବନକଲାଗି ନୀତି ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ସମ୍ପାଦିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ସମ୍ପନ୍ନ ହେବା ପରେ ଦତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନୀତି ସମ୍ପାଦନ କରିବେ। ଅପରାହ୍ନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଆଜି ସର୍ବସାଧାରଣ ଦର୍ଶନର ତୃତୀୟ ଦିନରେ ପହଂଚିଥିବା ବେଳେ ୪ଘଣ୍ଟା ଦର୍ଶନ ବନ୍ଦ କାରଣରୁ ବହୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାରୁ ବଂଚିତ ହେବାର ଆଶଙ୍କା ରହିଛି।ଆସନ୍ତାକାଲି ସକାଳ ୭ଟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ।

 

 

Leave A Reply

Your email address will not be published.