Odisha Link
Bridging the Missing Links in Odisha

ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ସବୁ ସୈନ୍ୟ ଫେରାଇ ଆଣିବୁ: ଜୋ ବାଇଡେନ

କାବୁଲ: ଆଫଗାନିସ୍ତାନ ସ୍ଥିତି ନେଇ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ୩୧ ଅଗଷ୍ଟ ସୁଦ୍ଧା ନିଜ ସବୁ ସୈନିକଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବ ଆମେରିକା। ହେଲେ ଏହା ତାଲିବାନୀଙ୍କ ବ୍ୟବହାର ଉପରେ ନିର୍ଭର କରୁଛି। ଏହା ସହ ଜୋ ବାଇଡେନ୍ କହିଛନ୍ତି, ଆବଶ୍ୟକ ପଡିଲେ ୩୧ ଅଗଷ୍ଟ ପରେ ମଧ୍ୟ ନିଜ ସୈନିକଙ୍କୁ କାବୁଲରେ ରଖାଯାଇପାରେ। ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସୈନିକଙ୍କୁ ଆଫଗାନିସ୍ତାନ ଛାଡିବା ନେଇ ତାଲିବାନର ଚେତାବନୀ ପରେ ବାଇଡେନଙ୍କ ଏପରି ବୟାନ୍ ଆସିଛି।

ଜୋ ବାଇଡେନ୍ ଜି-୭ ବୈଠକରେ ସାମିଲ ହୋଇଥିଲେ। ଏଥିରେ ସେ ଏପରି ପ୍ଲାନ୍ ସଂପର୍କରେ କହିଛନ୍ତି। ସାରା ବିଶ୍ୱ ତାଲିବାନ ବିରୋଧରେ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ରାଷ୍ଟ୍ରପତି କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ସେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି, ଜି-୭, ୟୁରୋପୀୟ, ୟୁନିୟନ୍, ନାଟୋ ଓ ମିଳିତ ଜାତିସଂଘ ତାଲିବାନ ପ୍ରସଙ୍ଗରେ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ସହମତ ହୋଇଛନ୍ତି। ଆମେରିକା ସେନା କାବୁଲ ଏୟାରପୋର୍ଟରେ ରେସକ୍ୟୁ ଅପରେସନ୍ ଜାରି ରଖିଛି।

ବର୍ତ୍ତମାନ ସୁଦ୍ଧା କାବୁଲ ଏୟାରପୋର୍ଟରୁ ୭୦ ହଜାରରୁ ଅଧିକ ଲୋକଙ୍କୁ ରେସ୍କ୍ୟୁ କରିଛନ୍ତି। ଏୟାରଲିଫ୍ଟ ପ୍ରକ୍ରିୟା ଅଗଷ୍ଟ ଶେଷ ସୁଦ୍ଧା ଶେଷ କରିବାକୁ ତାଲିବାନ ଚେତାବନୀ ଦେଇଛି। ଏହା ପରେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ତାଲିବାନ ମୁଖପାତ୍ର କହିଥିଲେ। ଏହାରି ଭିତରେ ତାଲିବାନ ଚେତାବନୀ ଦେଇଛି ଯେ କୌଣସି ଆଫଗାନିସ୍ତାନ ନାଗରିକଙ୍କୁ ଦେଶ ଛାଡିବାକୁ ଦିଆଯିବ ନାହିଁ।

Leave A Reply

Your email address will not be published.