Odisha Link
Bridging the Missing Links in Odisha

ହାଇକୋର୍ଟରେ ଅନୁଭବ ମହାନ୍ତିଙ୍କ ଆବେଦନର ଅନ୍ତ

କଟକ: ବର୍ଷା ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ ବିବାଦ ସୃଷ୍ଟି ହୋଇଥିବାବେଳେ ଏନେଇ ଅଦାଲତରେ ମାମଲା ହୋଇଛି। ତେବେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ମାମଲାର ଅନ୍ତ କରିଛନ୍ତି। ବିବାହ ବିଚ୍ଛେଦର ତ୍ୱରିତ ଶୁଣାଣୀ ପାଇଁ ଅନୁଭବ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ପାରିବାରିକ ଅଦାଲତରେ ମାମଲାର ବିଚାର ଆରମ୍ଭ ହୋଇଥିବାରୁ ହାଇକୋର୍ଟ ମାମଲାର ଅନ୍ତ କରିଛନ୍ତି।

ବିବାହ ବିଚ୍ଛେଦ ପାଇଁ ଅନୁଭବ ମହାନ୍ତି ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲେ। ଅପରପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ହିଂସା ଓ ରକ୍ଷଣାବେକ୍ଷଣ ସଂକ୍ରାନ୍ତରେ ଏକ ମାମଲା କଟକର ପାରିବାରିକ ଅଦାଲତରେ କରିଥିଲେ। ସେହିପରି ଦିଲ୍ଲୀ କୋର୍ଟରେ ହୋଇଥିବା ମାମଲାକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ମଧ୍ୟ ସେ ଏକ ଆବେଦନ କରିଥିଲେ। ପରେ କୋର୍ଟ ଅନୁଭବଙ୍କ ମାମଲାକୁ ସ୍ଥାନାନ୍ତର କରିଥିଲେ। ତେବେ ମାମଲା ପରିଚାଳନାରେ ବିଳମ୍ବ ହେଉଥିବାରୁ ଅନୁଭବ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କଟକ ପାରିବାରିକ ଅଦାଲତରେ କେବେ ଅନୁଭବ ତ ଆଉ କେବେ ବର୍ଷା ଅନୁପସ୍ଥିତ ରହୁଥିଲେ। ଏଥିପାଇଁ ଉଭୟ ପରସ୍ପରକୁ ଦୋଷାରୋପ କରୁଥିଲେ। କିନ୍ତୁ ଏବେ ପାରିବାରିକ ଅଦାଲତରେ ଏହାର ଶୁଣାଣି ହେଉଛି।

Leave A Reply

Your email address will not be published.