Odisha Link
Bridging the Missing Links in Odisha

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି ଶାନ୍ତିସ୍ତୁପ

ଭୁବନେଶ୍ବର: ଦୀର୍ଘ ୫ ମାସ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି ଶାନ୍ତିସ୍ତୁପ। କରୋନା କଟକଣାରେ ଧଉଳି ଶାନ୍ତିସ୍ତୁପ ଆଜିଠାରୁ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ପୁଣି ଚଳଚଂଚଳ ହୋଇଉଠିବ ଶାନ୍ତିସ୍ତୂପ। ସଂଧ୍ୟାରେ ଲାଇଟ ଆଣ୍ଡ ସାଉଣ୍ଡ ସୋରେ ମଜା ନେବେ ପର୍ଯ୍ୟଟକ। ସ୍ଥାନୀୟ ବ୍ୟବସାୟୀ ତଥା ଲୋକମାନେ ପର୍ଯ୍ୟଟକମାନଙ୍କ ଆଗମନକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।

ପର୍ଯ୍ୟଟକଙ୍କ ପାଇଁ ଶାନ୍ତିିସ୍ତୂପ ଖୋଲାଯିବା ନେଇ ଗତ ୨୩ ତାରିଖଠାରୁ ଅନୁମତି ପତ୍ର ମିଳିସାରିଥିଲା। ସମସ୍ତ ପ୍ରକାର ପ୍ରସ୍ତୁତି ସରିବା ପରେ ଆଜି ଠାରୁ ଖୋଲିଲା ଶାନ୍ତିସ୍ତୂପ। ପର୍ଯ୍ୟଟକମାନଙ୍କୁ ଦିନ ୧୦ଟା ପରଠାରୁ ବୁଲିବା ପାଇଁ ଅନୁମତି ଦିଆଯାଇଛି। ସାନିଟାଇଜର, ମାସ୍କ ପିନ୍ଧିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେହିପରି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୂର୍ବଭଳି ସୁରକ୍ଷାକର୍ମୀ, ଓ ସ୍ୱେଚ୍ଛାସେବୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହ ସଂଧ୍ୟାରେ ଲାଇଟ ଆଣ୍ଡ ସାଉଣ୍ଡ ସୋର ମଧ୍ୟ ମଜା ନେଇପାରିବେ ପର୍ଯ୍ୟଟକ।

Leave A Reply

Your email address will not be published.