Odisha Link
Bridging the Missing Links in Odisha

କାବୁଲ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

କାବୁଲ: ତାଲିବାନ୍‌ ଆଫଗାନିସ୍ତାନରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ ମଧ୍ୟ କାବୁଲ ଏୟାରପୋର୍ଟ ଏବେ ବି ଆମେରିକାର ସେନା ହାତରେ ରହିଛି। ଏହାରି ମଧ୍ୟରେ କାବୁଲ ଏୟାରପୋର୍ଟ ବାହାରେ ଆତଙ୍କୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏୟାରପୋର୍ଟ ଗେଟ୍ ଛାଡି ଚାଲିଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା।

ଆବି, ଇଷ୍ଟ ଓ ନର୍ଥ ଗେଟକୁ ତୁରନ୍ତ ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଦୂତାବାସଠାରୁ ସୂଚନା ନମିଳିବା ପର୍ଯ୍ୟନ୍ତ ଏୟାରପୋର୍ଟ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାକୁ ନେଇ ବ୍ରିଟେନ ଓ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ଆହୁରି ୧୫ ଶହ ଆମେରିକୀୟ ଆଫଗାନିସ୍ତାନ ଛାଡ଼ିବା ଅପେକ୍ଷାରେ ଅଛନ୍ତି। ପରିସ୍ଥିତିକୁ ଦେଖି ସ୍ୱଦେଶ ଫେରିବା ବ୍ୟବସ୍ଥା ଚାଲିଛି  ବର୍ତ୍ତମାନ ସୁଦ୍ଧା ୬ ହଜାର ଆମେରିକୀୟଙ୍କ ମଧ୍ୟରୁ ୪୫୦୦ ଜଣ ଫେରି ସାରିଛନ୍ତି। ଅଗଷ୍ଟ ୧୪ ପରଠୁ ବିଭିନ୍ନ ଦେଶର ୮୨ ହଜାର ୩ ଶହ ଆଫଗାନିସ୍ତାନରୁ ଫେରିସାରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଆମେରିକୀୟ ବୈଦେଶିକ ସଚିବ ବ୍ଲିନକେନ୍।

ଅନ୍ୟପଟେ ସ୍ୱତନ୍ତ୍ର ବିମାନ ଯୋଗେ ଆଜି କାବୁଲ ଛାଡିଛନ୍ତି ଆଉ ୨୪ ଭାରତୀୟ। ଭାରତୀୟ ନାଗରିକଙ୍କ ସହ ୧୧ ନେପାଳୀ ନାଗରିକ ମଧ୍ୟ ଆଫଗାନିସ୍ତାନରୁ ଫେରୁଛନ୍ତି। କିଛି ସମୟ ମଧ୍ୟରେ ସେମାନେ ଦିଲ୍ଲୀରେ ପହଞ୍ଚିବେ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି।

Leave A Reply

Your email address will not be published.