Odisha Link
Bridging the Missing Links in Odisha

ଆଉ ୭୧ ଦିନ, ଚିନ୍ତାରେ ମମତା

କୋଲକାତା: ଚିନ୍ତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଥିବା ମମତା ବାନାର୍ଜୀଙ୍କୁ ଘାରିଛି ମୁଖ୍ୟମନ୍ତ୍ରୀ ଚୌକି ଚିନ୍ତା। ନନ୍ଦିଗ୍ରାମ ବିଧାନସଭାରୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଏହି ନେତା ମୁଖ୍ୟମନ୍ତ୍ରୀ ଆସନରେ ରହିବା ନେଇ ସସପେନ୍ସ ବଢ଼ିଛି। ହାତରେ ଆଉ ୭୧ ଦିନ ରହିଛି ଯଦି ମମତା ବିଧାନସଭାକୁ ନିର୍ବାଚିତ ହୋଇନପାରିବେ ତାହେଲେ ମୁଖ୍ୟମନ୍ତ୍ରୀ ପଦ ହରାଇବା ସୁନିଶ୍ଚିତ।

ଅନ୍ୟପଟେ କେରଳରେ ଦୁଇ ଦିନ ହେବ କେରଳରେ ୮୦ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ତୃତୀୟ ଲହର ପାଇଁ ଘଣ୍ଟି ବଜାଇବା ଆରମ୍ଭ କରିଦେଇଛି। ତେଣୁ ବିଧାନସଭା ନିର୍ବାଚନ ହେବ କି ନାହିଁ ତାହା ଏବେ ସସପେନ୍ସ ରହିଥିବା ବେଳେ ଟିଏମସି କିନ୍ତୁ ନିର୍ବାଚନ କରାଇବା ନେଇ ନିର୍ବାଚନ କମିଶନଙ୍କ ଉପରେ ଚାପ ପକାଇବାକୁ ଆରମ୍ଭ କରିଛି।

ଅପରପକ୍ଷେ ଗୁରୁବାର ଟିଏମସି ଉପ ନିର୍ବାଚନ କରାଇବା ନେଇ ନିର୍ବାଚନ କମିଶନଙ୍କୁ ଭେଟିଛି। ରାଜ୍ୟରେ ଖାଲିଥିବା ବିଧାନସଭା ଆସନରେ ଉପ-ନିର୍ବାଚନ କରାଇାବାକୁ ଟିଏମସି ଦାବି କରିଛି। ବିଧାୟକ ନହୋଇ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ମମତାଙ୍କ ପାଇଁ ନଭେମ୍ବର ୫ ଡେଡ୍ ଲାଇନ ରହିଛି। ଏହି ତାରିଖ ସୁଦ୍ଧା ବିଧାନସଭାକୁ ମମତା ନିର୍ବାଚିତ ହେବା ଦରକାର ନହେଲେ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବେ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ଲଗାତାର ତୃତୀୟ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଛି। କିନ୍ତୁ ମମତା ନିଜେ ନନ୍ଦିଗ୍ରାମ ଆସନରୁ ତାଙ୍କର ପୂର୍ବତନ ସହଯୋଗୀ ତଖା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ୨ ହଜାର ଭୋଟରେ ହାରିଥିଲେ। ତେଣୁ ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ଯିଏ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନୁହନ୍ତି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ହୋଇପାରିବେ, କିନ୍ତୁ ୬ ମାସ ମଧ୍ୟରେ ସିଏ ବିଧାନସଭାକୁ ନିର୍ବାଚିତ ହେବା ଆବଶ୍ୟକ।

Leave A Reply

Your email address will not be published.