Odisha Link
Bridging the Missing Links in Odisha

ଆସନ୍ତା କାଲିଠୁ ୩ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତା କାଲିଠୁ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୩ ଦିନ ଧରି ବନ୍ଦ ରହିବ। ଆସନ୍ତା କାଲି ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବା ଥିବାବେଳେ ୨୯ରେ ରବିବାର ପାଇଁ ବ୍ୟାଙ୍କ ଛୁଟି ରହିବ। ସେହିଭଳି ସୋମବାର ୩୦ ତାରିଖରେ ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଫଳରେ ରାଜ୍ୟରେ ଶନିବାର, ରବିବାର ଓ ସୋମବାର ବ୍ୟାଙ୍କ ବନ୍ଦ ରହିବ। ରାଜ୍ୟ ସରକାର ଜନ୍ମାଷ୍ଟମୀରେ ବ୍ୟାଙ୍କ ଛୁଟି ଘୋଷଣା କରିବା ସହ ଏନେଇ ସବୁ ବିଭାଗ ଓ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଇଛନ୍ତି। ଏହି ୩ ଦିନ ଯେଭଳି ଭାବେ ଏଟିଏମ୍ ସେବା ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

Leave A Reply

Your email address will not be published.