Odisha Link
Bridging the Missing Links in Odisha

ପାରାଲିମ୍ପିକ୍ସରେ ପଦକ ସୁନିଶ୍ଚିତ କଲେ ଭବିନା ପଟେଲ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ମହିଳା ଟିଟି ଖେଳାଳି ଭବିନା ବେନ୍ ଇତିହାସ ରଚିଛନ୍ତି। ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଭାରତ ପାଇଁ ପଦକ ହାସଲ କରିବାକୁ ଯାଉଛନ୍ତି। କ୍ୱାର୍ଟର ଫାଇନାଲରେ ବିଜୟୀ ହେବା ସହ ସେ ପଦକ ନିଶ୍ଚିତ କରିଛନ୍ତି।

ଭବିନା ପଟେଲ ରିଓ ସ୍ୱର୍ଣ୍ଣ ବିଜୟିନୀ ବ୍ଲୋରାସିଭା ରାଙ୍କୋଭିକଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱ ମାନ୍ୟତାର ୨ ନମ୍ବରରେ ରହିଥିବା ରାଙ୍କୋଭିକଙ୍କୁ ୩-୦ରେ ପରାସ୍ତ କରିଥିଲେ ଭବିନା। ୧୧-୫, ୧୧-୬ ଓ ୧୧-୭ର ସିଧାସଳଖ ସେଟରେ ପରାସ୍ତ କରିବା ସହିତ ଭବିନା ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛନ୍ତି।

ଏହି ମ୍ୟାଚରେ ବିଜୟୀ ହେବା ପାଇଁ ଭବିନା ମାତ୍ର ୧୮ ମିନିଟ ସମୟ ନେଇଥିଲେ। ଭବିନାଙ୍କ ଏହି କୃତିତ୍ୱକୁ ନେଇ ପାରାଲିମ୍ପିକ୍ ଇଣ୍ଡିଆ ପକ୍ଷରୁ ଭବିନାଙ୍କୁ ଶୁଭେଚ୍ଛା ଜଣାଯାଇଛି। ସେମି ଫାଇନାଲ ମୁକାବିଲାରେ ଭବିନା ଚୀନର ମିଆଓ ଝାଙ୍ଗଙ୍କୁ ଭେଟିବେ।

Leave A Reply

Your email address will not be published.