Odisha Link
Bridging the Missing Links in Odisha

ଆତଙ୍କୀ ମାନଙ୍କୁ ଖୋଜି ଖୋଜି ନିପାତ କରାଯିବ: ଜୋ ବିଡେନ

ଓ୍ବାଶିଂଟନ: ଗତକାଲି ଆଫଗାନିସ୍ଥାନର କାବୁଲ ବିମାନବନ୍ଦର ବାହାରେରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ବେଳେ ବିସ୍ଫୋଣରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିସହ ଆମେରିକୀୟ ନୌସେନାର ୧୩ଜଣ ସୈନିକ ଏବଂ ଜଣେ ନୌସେନା ଡାକ୍ତର ନିହତ ହୋଇଛନ୍ତି। ଏନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ।

ବିଗତ ଦଶନ୍ଧି ମଧ୍ୟରେ ଏହା ଆମେରିକାର ସବୁଠାରୁ ବଡ କ୍ଷତି ଭାବରେ ବିବେଚନା କରାଯାଉଛି। ଏହି ଆକ୍ରମଣରେ ୧୩ ଜଣ ଆମେରିକୀୟ ସେନା ପ୍ରାଣ ହରାଇଥିବା ବେଳେ ୩୫ରୁ ଅଧିକ ଯବାନ ଆହତ ହୋଇଛନ୍ତି। ଆଇଏସ-କେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ପ୍ରତିଶୋଧ ନେବା ପାଇଁ ଆମେରିକା ବଦ୍ଧ ପରିକର ବୋଲି ବିଡେନ୍ କହିଛନ୍ତି।

ଏହି ଘଟଣାକୁ କ୍ଷମା କରାଯିବ ନାହିଁ କିମ୍ବା ଭୁଲିବ ନାହିଁ ବୋଲି ଆମେରିକାକହିଛି। ଯେଉଁଠି ରହିଥିଲେ ବି ଆତଙ୍କୀ ମାନଙ୍କୁ ଖୋଜି ଖୋଜି ନିପାତ କରାଯିବ ବୋଲି ରାଷ୍ଟ୍ରପତି ଜୋ ବିଡେନ ହ୍ୱାଇଟ ହାଉସରୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି। ଏଥିସହ ଆଫଗାନିସ୍ତାନରେ ଅଟକି ରହିଥିବା ଆମେରିକୀୟ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖାଯିବ ବୋଲି ବିଡେନ କହିଛନ୍ତି।

Leave A Reply

Your email address will not be published.