Odisha Link
Bridging the Missing Links in Odisha

କାବୁଲ ଏୟାରପୋର୍ଟରେ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି

କାବୁଲ: ଗତକାଲି ଆଫଗାନିସ୍ଥାନର କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକୀୟ ନୌସେନାର ୧୩ଜଣ ସୈନିକ ଏବଂ ଜଣେ ନୌସେନା ଡାକ୍ତର ନିହତ ହୋଇଛନ୍ତି।  ଏହି ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି।

ବିମାନ ବନ୍ଦରରେ ବିସ୍ଫୋରଣ ସମୟର ଏକ ଦୃଶ୍ୟ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୃଶ୍ୟରେ ଶହ ଶହ ଲୋକ ଜୀବନ ବଂଚାଇ ଦୌଡୁଛନ୍ତି। ଏଥିସହ ଗତକାଲିର ବିସ୍ଫୋରଣ ପରେ ବି ଆଜି ବିମାନବନ୍ଦରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ହଜାର ହଜାର ଲୋକ ବିମାନବନ୍ଦର ବାହାରେ ଏକାଠି ହୋଇଛନ୍ତି। ବିସ୍ଫୋରଣ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ଭୟ ନାହିଁ। ଲୋକମାନେ ବିମାନ ବନ୍ଦରକୁ ଯାଇ ଦେଶ ଛାଡିବା ପାଇଁ ସୁଯୋଗ ଖୋଜୁଛନ୍ତି।

ସେପଟେ ବ୍ରିଟେନ କହିଛି, ଯେ ସେମାନଙ୍କର ଉଦ୍ଧାର କାର୍ଯ୍ୟ ଶେଷ ହୋଇଯାଇଛି । ବ୍ରିଟେନର ଜଣେ ମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଛନ୍ତି, ଯେ ସେମାନେ ସମସ୍ତଙ୍କୁ ଉଦ୍ଧାର କରିପାରିଲେ ନାହିଁ । ସେପଟେ ଫ୍ରାନ୍ସ ମଧ୍ୟ ତାର ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା କହିଛନ୍ତି । ଅର୍ଥାତ୍ ଗୋଟିଏ ପରେ ଗୋଟିଏ ଦେଶ କାବୁଲରୁ ବିମାନରେ ଉଦ୍ଧାର କାର୍ଯ୍ୟ ବନ୍ଦ କରୁଥିବା ବେଳେ ଲୋକଙ୍କ ଆଶା କିନ୍ତୁ ରହିଛି, ସେମାନେ କିପରି ଦେଶ ଛାଡି ପଳାଇବେ।

Leave A Reply

Your email address will not be published.