Odisha Link
Bridging the Missing Links in Odisha

ଗୁପ୍ତେଶ୍ୱର ମନ୍ଦିର ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱରକୁ ଖୋଲିବାର ନିଷ୍ପତ୍ତି ନେଇଛନ୍ତି ସରକାର। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଗୁପ୍ତେଶ୍ୱର ମନ୍ଦିର ଖୋଲିବ। ଏନେଇ ଗାଇଡଲାଇନ ଜାରି କରିଛି ପ୍ରଶାସନ।

ଗାଇଡଲାଇନ ମୁତାବକ, ମନ୍ଦିର ମଧ୍ୟରେ ଏକକାଳୀନ ୭ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ମନ୍ଦିର ପରିସରରେ ଭୋଗ ଲଗାଇବା କିମ୍ବା ପ୍ରସାଦ ସେବନ ବାରଣ କରାଯାଇଛି। କଟକଣା ଉଲ୍ଲଂଘନ କଲେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ମାସ୍କ ଓ ସାମାଜିକ ଦୂରତ୍ୱ ବାଧ୍ୟତା ମୂଳକ କରାଯାଇଛି।

Leave A Reply

Your email address will not be published.