Odisha Link
Bridging the Missing Links in Odisha

କାବୁଲ ବିସ୍ଫୋରଣରେ ୧୪ କେରଳ ନାଗରିକଙ୍କ ଲିଙ୍କ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ବିମାନ ବନ୍ଦରରେ ହୋଇଥିବା ବୋମା ବିସ୍ଫୋରଣରେ ଶତାଥିକ ଲୋକ ପ୍ରାଣ ହରାଇଛନ୍ତି। ଏୟାରପୋର୍ଟରେ ବିସ୍ଫୋରଣ ଭିଆଇଥିବା ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍ ଷ୍ଟେଟ୍ ଅଫ୍ ଖୁରାସନ୍ (ଆଇଏସ୍‌-କେ)ରେ ୧୪ କେରଳ ନାଗରିକଙ୍କ ଲିଙ୍କ୍‌ ରହିଛି। କୁହାଯାଉଛି ଯେ, ଏମାନଙ୍କୁ ତାଲିବାନୀମାନେ ବଗରାମ ଜେଲରୁ ମୁକ୍ତ କରିଥିଲେ। ଏହା ବ୍ୟତୀତ ତୁର୍କମେନିସ୍ତାନର ଦୂତାବାସ ଉପରେ ଆକ୍ରମଣ ନେଇ ମଧ୍ୟ ଚେଷ୍ଟା କରିଥିବା ୨ ପାକିସ୍ତାନୀ ନାଗରିକ ମଧ୍ୟ ସେମାନଙ୍କ କବ୍‌ଜାରେ ଥିବା କୁହାଯାଉଛି।

ରିପୋର୍ଟ ମୁତାବକ, ଆଫଗାନିସ୍ତାନରେ ରହୁଥିବା ୧୪ ଜଣ କେରଳ ନାଗରିକ ଆଇଏସ୍‌କେପିରେ ଯୋଗଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଘର ଲୋକଙ୍କ ସହ ଯୋଗାଯୋଗ କରିଥିଲା। ତେବେ ଅନ୍ୟ ୧୩ ଜଣଙ୍କ କୌଣସି ଖୋଜ୍ ଖବର ନାହିଁ। ୨୦୧୪ ମସିହାରେ ମୋସୁଲରେ ନିଜକୁ ଇସ୍‌ଲାମିକ୍ ଷ୍ଟେଟ୍‌ର କହୁଥିବା ଆତଙ୍କବାଦୀ ସଂଗଠନର କବ୍‌ଜା ହେବା ପରେ ମଲ୍ଲପୁରମ୍, କାସରଗୋଡ ଏବଂ କନ୍ନରୁ ଜିଲ୍ଲାରେ ଏକ ଗୋଷ୍ଠୀ ଜିହାଦିଙ୍କ ସହିତ ସାମିଲ ହୋଇ ଭାରତ ଛାଡ଼ି ପଳାଇଯାଇଥିଲେ। ଏମାନଙ୍କ ମଧ୍ୟରୁ କିଛି ଜଣଙ୍କ ପରିବାର ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତରେ ରହୁଛନ୍ତି । ତେବେ ଏଭଳି ଘଟଣା ଭାରତ ପାଇଁ ଚିନ୍ତାର କାରଣ।

ତାଲିବାନ ଏବଂ ସେମାନଙ୍କ କଠୋପନ୍ଥୀ ସାଥୀ କେରଳବାସୀଙ୍କୁ ବ୍ୟବହାର କରିବା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବି ଖରାପ ହୋଇପାରେ। ତେବେ ଏଯାବତ୍ ତାଲିବାନୀ ଏ ମାମଲାରେ ଚୁପ୍ ବସିଛନ୍ତି। ଅନ୍ୟପକ୍ଷରେ ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ୨୬ ଅଗଷ୍ଟରେ କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ହେବା ପରେ ପାକିସ୍ତାନୀ ନାଗରିକଙ୍କ ନିକଟରୁ ଆଇଇଡି ଜବତ ହୋଇଛି। ଯାହା ଏହି ଆତଙ୍କୀ ଗୋଷ୍ଠୀ ପାକିସ୍ତାନ ନାଗରିକଙ୍କ ସମ୍ପର୍କକୁ ଦର୍ଶାଉଛି।

Leave A Reply

Your email address will not be published.