Odisha Link
Bridging the Missing Links in Odisha

ପୁଣି କାବୁଲ ବିମାନବନ୍ଦର ପ୍ରବେଶ ପଥରେ ଗୁଳିମାଡ଼

କାବୁଲ: ତାଲିବାନ କବଜା ପରେ ଆଫଗାନିସ୍ତାନରେ ଆତଙ୍କୀ ସଂଗଠନ ସକ୍ରିୟ ରହିଛନ୍ତି। କାବୁଲ ଏୟାରପୋର୍ଟ ବାହାରେ ଆତ୍ମଘାତୀ ବିସ୍ଫୋରଣର ହେବାର ଦୁଇ ଦିନ ପରେ ଆଜି ପୁଣି ଏଣ୍ଟ୍ରି ଗେଟରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।

କାବୁଲ ଏୟାରପୋର୍ଟ ପ୍ରବେଶ ପଥରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫାୟାରିଂ ପରେ ଜୀବନ ବଞ୍ଚାଇବାକୁ ଲୋକେ ଭୟଭୀତ ହୋଇ ଧାଇଁବାରେ ଲାଗିଛନ୍ତି। ଆଫଗାନିସ୍ତାନ ଛାଡ଼ି ଚାଲିଯିବାକୁ ହଜାର ହଜାର ଲୋକ ଭିଡ଼ ଜମାଇଥିବା ବେଳେ ପୁଣିଥରେ ଆକ୍ରମଣ ଚିନ୍ତା ବଢ଼ାଇ ଦେଇଛି ।

ଦୁଇ ଦିନ ତଳେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୧୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଆମେରିକୀୟ ସୈନିକ ପ୍ରାଣ ହରାଇଥିଲେ। ହଜାରେରୁ ଅଧିକ ଲୋକ ମଧ୍ୟ ଆହତ ହୋଇଥିଲେ। ଏହି ଆକ୍ରମଣ ଆଇଏସ୍ଆଇଏସ୍ କରିଥିଲା।

 

Leave A Reply

Your email address will not be published.