Odisha Link
Bridging the Missing Links in Odisha

ଋଷଠୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବ ଭାରତ

ନୂଆଦିଲ୍ଲୀ: ବଢିବ ଭାରତୀୟ ବାୟୁସେନାର ଶକ୍ତି। ଭାରତୀୟ ବାୟୁସେନା ଜରୁରୀକାଳୀନ ବ୍ୟବହାର ପାଇଁ ଋଷ ଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବ। ଏହି ରାଇଫଲ ସେନା ନିକଟରେ ଥିବା ଇନସାସ ରାଇଫଲ ସ୍ଥାନରେ ବ୍ୟବହାର କରାଯିବ। ଆଗାମୀ କିଛିମାସ ମଧ୍ୟରେ ଭାରତୀୟ ବାୟୁସେନାକୁ ଏହି ରାଇଫଲ ମିଳିବ।

ଏବେ ଭାରତୀୟ ସେନାକୁ ପାଖା ପାଖି ୧.୫ ଲକ୍ଷ ନୂଆ ରାଇଫଲର ଆବଶ୍ୟକତା ରହିଛି। ଏହାକୁ ନଜରରେ ରଖି ଭାରତ ଋଷ ଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଯାଉଛି। ଏନେଇ ଜରୁରୀକାଳୀନ ପ୍ରାବଧାନ ମାଧ୍ୟମରେ ପୂର୍ବ ସପ୍ତାହରେ ୩୦୦ କୋଟି ଟଙ୍କାର ଚୁକ୍ତି ଋଷ ସହିତ କରାଯାଇଛି। ଏହି ରାଇଫଲ ଆସିବା ପରେ ଏହାକୁ ପ୍ରଥମେ ଜମ୍ମୁ-କାଶ୍ମୀର, ଶ୍ରୀନଗର ଭଳି ସମ୍ବେଦନଶୀଳ ସ୍ଥାନରେ କାମ କରୁଥିବ ସୈନିକ ମାନଙ୍କୁ ଯୋଗାଇ ଦିଆଯିବ। ଅନ୍ୟପଟେ ଋଷ ଦ୍ୱାରା ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ରାଇଫଲ ଏକେ -୨୦୩ ପାଇଁ ବି ଭାରତ ଋଷ ସହିତ ଚୁକ୍ତି କରିବ ବୋଲି କୁହାଯାଇଛି।

୨୦୧୯ ମସିହାରେ ଋଷ ସହ ଉତ୍ତରପ୍ରଦେଶରେ ଥିବା ଅଡିନାନ୍ସ ଫ୍ୟାକ୍ଟ୍ରିର କୋରବା ପ୍ଲାଣ୍ଟ ୭.୫ ଲକ୍ଷ ଏକେ -୨୦୩ ରାଇଫଲ ପ୍ରସ୍ତୁତ କରିବାକୁ ଚୁକ୍ତି କରିଥିଲା। ହେଲେ ଏହି ପ୍ଲାଣ୍ଟ ଏବେ ବି କାମ ଆରମ୍ଭ କରିନାହିଁ। ଏହି କାରଣରୁ ଭାରତ ଏବେ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଋଷ ସହିତ ଚୁକ୍ତି କରିଛି। ଏହା ପୂର୍ବରୁ ଚୀନ ଓ ଭାରତ ଭିତରେ ସୀମା ବିବାଦକୁ ନେଇ ଭାରତ ଆମେରିକା ଠାରୁ ୧.୪୪ ଲକ୍ଷ ଏସଆଇଜି ରାଇଫଲ ଆପାତକାଳୀନ ପ୍ରାବଧାନରେ କିଣିଥିଲା।

Leave A Reply

Your email address will not be published.