Odisha Link
Bridging the Missing Links in Odisha

ସିନେ ଅଭିନେତା ବବିଙ୍କ ହାଇଡ୍ରାମା, ପଡ଼ୋଶୀଙ୍କୁ ବନ୍ଧୁକ ଦେଖାଇ ବହେ ପିଟିଲେ

ଭୁବନେଶ୍ବର: କେବେ ହିରୋ ତ କେବେ ଭିଲିଆନ୍। ଆଉ କେବେ କାହା ଭାଇତ କାହା ସାଙ୍ଗର ଅଭିନୟ କରି ଓଲିଉଡ ଜଗତରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି ବବି। ନିଜର ଅଭିନୟ ବଳରେ ଦର୍ଶକଙ୍କ ମନରେ ରାଜ କରନ୍ତି ସେ। ଆଲବମ୍‌ଠୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ ଉଚ୍ଚକୋଟୀର ଅଭିନୟ କରି ସର୍ବଦା ଚର୍ଚ୍ଚାରେ ରୁହନ୍ତି ବବି। ହେଲେ ବବି ରିଲ୍‌ରେ ନୁହେଁ ବରଂ ରିଅଲରେ ସତସତିକା ସିନେମା ଦୃଶ୍ୟ ଭଳି କାଣ୍ଡ ଭିଆଇ ଏବେ ଚର୍ଚ୍ଚାରେ। ନିଶାସକ୍ତ ଅବସ୍ଥାରେ ସେ ତାଙ୍କ ପଡ଼ୋଶୀଙ୍କୁ ବନ୍ଧୁକ ମୁନରେ ଡରାଇଛନ୍ତି। ନିସ୍ତୁକ ପିଟିଛନ୍ତି ବି। ପଡ଼ୋଶୀଜଣକ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ପୁଲିସ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଚଳାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚାରେ ବବି ମିଶ୍ର।

ବବିଙ୍କ ପଡ଼ୋଶୀଙ୍କ ଅଭିଯୋଗ ମୁତାବିକ, ଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ର ଏନ୍‌ନ୍‌-୧ରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଛନ୍ତି ବବି। କିଛି ଦିନ ହେବ ସେ ମାନସିକ ଚିନ୍ତାରେ ରହୁଥିଲେ। କୌଣସି କାରଣ ନେଇ ସମ୍ପୃକ୍ତ ପଡ଼ୋଶୀଙ୍କ ସହ ବଚସା ହୋଇଥିଲା। ଏଥିରେ ରାଗି ଯାଇ ବବି ଘରୁ ଏକ ବନ୍ଧୁକ ଆଣି ତାଙ୍କୁ ଧମକାଇଥିଲେ। ଏମିତିକି ଆପାର୍ଟମେଣ୍ଟର ଅନ୍ୟ ଅନ୍ତେବାସୀଙ୍କ ସାମ୍ନାରେ ତାଙ୍କୁ ମାଡ଼ ମଧ୍ୟ ମାରିଥିବା ନେଇ ଅଭିଯୋଗ ହୋଇଛି।

ଅପରପକ୍ଷେ ପୁଲିସ୍‌ କହିଛି ଯେ, ସିନେ ଅଭିନେତା ବବି ମିଶ୍ରଙ୍କ ନାଁରେ ଏକ ଅଭିଯୋଗ ଆସିଛି। ତେବେ ଉକ୍ତ ଆପାର୍ଟମେଣ୍ଟ ଓ ଆଖାପଖରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ରୁ ବବିଙ୍କ କାରମାନାର ସତ ଖୋଜା ଚାଲିଛି। ତଦନ୍ତ ପରେ ଅଭିଯୋଗର ସତ୍ୟାସତ୍ୟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.