Odisha Link
Bridging the Missing Links in Odisha

ଆଜିଠୁ ୩ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଯାହାଫଳରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେଇଥିଲା ମନ୍ଦିର ପ୍ରଶାସନ। ଅଗଷ୍ଟ ୨୩ ତାରିଖରୁ ଭକ୍ତମାନେ ମହାବାହାୁଙ୍କୁ ଦର୍ଶନ କରୁଥିଲେ। ହେଲେ ଆଜିଠୁ ତିନିଦିନ ପର୍ଯ୍ୟନ୍ତ ଶ୍ମରୀମନ୍ଦିର ଦର୍ଶନ ବନ୍ଦ ରହିବ। ଏହି ଖବର ଭକ୍ତଙ୍କୁ ଚିନ୍ତିତ କରିଛି।

ଶନି, ରବି ସପ୍ତାହାନ୍ତ ଲକ ଡାଉନ ସାଙ୍ଗକୁ ସୋମବାର ଜନ୍ମାଷ୍ଟମୀ ତିଥିରେ ମଧ୍ୟ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରି ସାରିଛି। ଏହି କାରଣରୁ ଦୂରଦୂରାନ୍ତର ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରକୁ ନ ଆସିବାକୁ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। ତିନି ଦିନିଆ ଲକ ଡାଉନ ସହରରେ ବୋପାର ବଣିଜକୁ ବି ପ୍ରଭାବିତ କରିବ ବୋଲି ବୋପାରୀମାନେ କହିଛନ୍ତି।

ଗତ ଦୁଇ ଦିନରେ କେବଳ ୨୧ ହଜାର ୨୦୦ ଭକ୍ତ ଶ୍ରୀମନ୍ଦିର ଦର୍ଶନ କରିଛନ୍ତି। ଭକ୍ତଙ୍କ ସଂଖ୍ୟା ସହ ଶ୍ରୀମନ୍ଦିର ହୁଣ୍ଡି ଆୟ ମଧ୍ୟ ବଢ଼ି ବଢ଼ି ଚାଲିଛି। ଅଗଷ୍ଟ ୨୬ ଓ ୨୭ ତାରିଖରେ କେବଳ ଶ୍ରୀମନ୍ଦିର ହୁଣ୍ଡିରେ ୬ ଲକ୍ଷ ଟଙ୍କାର ଦାନ ପଡିଛି। ତା ବ୍ୟତିତ ଦୁଇ ଦିନରେ ଦଶ ଗ୍ରାମ ୫୯୦ ମିଲିଗ୍ରାମ ସୁନା ଦାନ,୨୬ ଗ୍ରାମ ୬୦୦ ମିଗ୍ରା ରୁପା ହୁଣ୍ଡିରେ ପଡିଛି। ପରିସ୍ଥିତି ଅନୁକୂଳ ରହିଲେ ଏହି ପରିମାଣ ଆହୁରି ବଢ଼ିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ବ୍ୟକ୍ତ କରିଛି।

Leave A Reply

Your email address will not be published.