Odisha Link
Bridging the Missing Links in Odisha

ଟୋକିଓ ପାରାଲିମ୍ପିକ୍ସ: ତୀରନ୍ଦାଜୀ ପ୍ରି-କ୍ୱାର୍ଟରରେ ରାକେଶ କୁମାର

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତୀୟ ଖେଳାଳିଙ୍କ ଜୋରଦାର ପ୍ରଦର୍ଶନ ଜାରି ରହିଛି। ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଭବିନା ପଟେଲ ପଦକ ସୁନିଶ୍ଚିତ କରି ସାରିଥିବା ବେଳେ ତୀରନ୍ଦାଜୀ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି ରାକେଶ କୁମାର। ଅନ୍ୟତମ ଭାରତୀୟ ଖେଳାଳି ଶ୍ୟାମ ସୁନ୍ଦର ସ୍ୱାମୀ ବିଦାୟ ନେଇଥିବା ବେଳେ ରାକେଶ କୁମାର ଭାରତର ପଦକ ଆଶା ଉଜ୍ଜୀବିତ ରଖିଛନ୍ତି।

୩୬ ବର୍ଷୀୟ ରାକେଶ ହଂକଂର କା ଚୁଏନ ନଗାଇଙ୍କୁ ୧୩ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଥିଲେ। ୭୨୦ ପଏଣ୍ଟ ବିଶିଷ୍ଟ ମୁକାବିଲାରେ ରାକେଶ ୬୯୯ ପଏଣ୍ଟ ସ୍କୋର କରିଥିଲେ। ଏହି ବିଜୟରେ ରାକେଶ ୯ଟି ପରଫେକ୍ଟ ୧୦ ସ୍କୋର କରିଥିଲେ। ୩୧ ତାରିଖରେ ରାକେଶ ନିଜର ପରବର୍ତ୍ତୀ ମୁକାବିଲା ଖେଳିବେ। ଅନ୍ୟତମ ଭାରତୀୟ ଖେଳାଳି ମାତ୍ର ୩ ପଏଣ୍ଟ ବ୍ୟବଧାନରେ ଆମେରିକାର ମ୍ୟାଟ ଷ୍ଟୁଟ୍ଜମ୍ୟାନଙ୍କ ନିକଟରୁ ପରାଜିତ ହୋଇଥିଲେ।

Leave A Reply

Your email address will not be published.