Odisha Link
Bridging the Missing Links in Odisha

କପିଲ ଶର୍ମା ସୋ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲୋକପ୍ରିୟ କପିଲ ଶର୍ମା ସୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଟେଲିଭିଜନ ସୋନି ଟିଭିରେ ପ୍ରସାରିତ କପିଲ୍‌ ଶର୍ମା ସୋରେ ସାଧାରଣତଃ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳେ। ସୋରେ ବଲିଉଡ ତାରକାମାନେ ନିଜ ଫିଲ୍ମର ପ୍ରମୋଶନ ପାଇଁ ଏଠାକୁ ଆସନ୍ତି। କିନ୍ତୁ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଦେଶ ପାଇଁ ଗୌରବ ଆଣିଥିବା ହକି ଖେଳାଳିଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି।

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କପିଲ ଶର୍ମା ସୋରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଓ ସୁନାମ ଆଣିଥିବା ଉଭୟ ପୁରୁଷ ଓ ମହିଳା ହକି ଟିମର ଖେଳାଳିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ସୋ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇଥିଲେ। ସେ ହକି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇ ଉତ୍ସାହିତ କରିଥିଲେ।

ସୋ’ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୁଷ ଓ ମହିଳା ହକି ଟିମ୍ ଟୋକିଓ ଅଲିମ୍ପିକ୍‌ସରେ ଦମଦାର ପ୍ରଦର୍ଶନ କରିଛନ୍ତି। ଖେଳାଳିମାନେ ଦେଶ ପାଇଁ ସୁନାମ ଆଣିଛନ୍ତି। ଖ୍ୟାତି ବଢ଼ାଇଛନ୍ତି। ଏଥିପାଇଁ ସମସ୍ତ ଖେଳାଳିଙ୍କୁ ଅଭିନ୍ଦନନ ଜଣାଇଥିଲେ ନବୀନ। ଖେଳାଳିଙ୍କଠାରୁ ଠାରୁ ମିଳିଥିବା ପ୍ରେରଣା ଆଗାମୀ ପିଢ଼ିକୁ ରାସ୍ତା ଦେଖାଇବ। ଏହା କେବଳ ଆରମ୍ଭ। ଆଗକୁ ଅଧିକ ସଫଳତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ସମର୍ଥନ ପାଇଁ କପିଲ ଶର୍ମା ଧନ୍ୟବାଦ ଜଣାଇଛନ୍ତି।

 

Leave A Reply

Your email address will not be published.