Odisha Link
Bridging the Missing Links in Odisha

ସିଙ୍ଗଲ୍ ମଦର ହେବେ ନୁସରତ୍

କୋଲକାତା : ବଙ୍ଗୀୟ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି। ହେଲେ ସେ ନିଜ ପୁଅକୁ ତା’ ବାପାର ନାଁ ଦେବେନି ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି। ନୁସରତ କହିଛନ୍ତି ସେ ତାଙ୍କ ପୁଅର ନାଁରେ ଟାଇଟଲ ବା ସାଜ୍ଞା ତାଙ୍କ ସ୍ୱାମୀଙ୍କ ନାମ ଅନୁସାରେ ଦେବେ ନାହିଁ। ସେ ହିଁ ତାଙ୍କ ପୁଅର ସିଙ୍ଗଲ ମଦର ରହିବେ।

ନୁସରତ ଗର୍ଭବତୀ ହେବା ପରଠାରୁ ଚର୍ଚ୍ଚାରେ ରହିଛନ୍ତି। ପ୍ରକୃତରେ ଏହି ଛୁଆର ବାପା କିଏ? ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଥିବା ବେଳେ ନୁସରତ ନିଜ ଛୁଆର ବାପା କିଏ ତାହା କହିବା ପାଇଁ ସର୍ବସମ୍ମୁଖରେ ମନା କରି ଦେଇଛନ୍ତି। ନୁସରତ ଗତବର୍ଷ ଠାରୁ ହିଁ ଅଭିନେତା ୟଶ ଦାସଗୁପ୍ତଙ୍କ ସହ ରିଲେସନରେ ଅଛନ୍ତି। ଏଥିପାଇଁ ତାଙ୍କ ଛୁଆର ବାପା କୁଆଡେ ଅଭିନେତା ୟଶ ଦାସ ଗୁପ୍ତା ବୋଲି ଏବେ ଚର୍ଚ୍ଚା ହେଉଛି। କିନ୍ତୁ ସେ ସିଙ୍ଗିଲ ମଦର ହେବେ ବୋଲି କହିଛନ୍ତି।

ଅନ୍ୟପଟେ ନୁସରତଙ୍କ ସ୍ୱାମୀ ନିଖିଲ ମଧ୍ୟ ପୂର୍ବରୁ ହିଁ ଏହି ଛୁଆଟି ତାଙ୍କର ନୁହେଁ ବୋଲି ସଫା ସଫା ମନା କରି ଦେଇଛନ୍ତି। କାରଣ ୨୦୨୦ରୁ ନୁସରତ ଓ ସିଏ ଏକାଠି ରହୁନଥିଲେ। ନୁସରତ ତାଙ୍କ ଠାରୁ ଅଲଗା ହୋଇ ରହୁଛନ୍ତି। ସେପଟେ ଅଗଷ୍ଟ ୨୬ରେ ନୁସରତ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଡେଲିଭରୀ ବେଳେ ଅଭିନେତା ୟଶ୍‌ ଦାସଗୁପ୍ତା ହସ୍ପିଟାଲରେ ଉପସ୍ଥିତ ଥିଲେ। ଏଥିରୁ ସନ୍ଦେହ କରାଯାଉଛି ଯେ, ସେ ହିଁ ନୁସରତଙ୍କ ଛୁଆର ବାପା।

Leave A Reply

Your email address will not be published.