Odisha Link
Bridging the Missing Links in Odisha

ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ପବିତ୍ର ଜନ୍ମାଷ୍ଟମୀ। ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରୀମନ୍ଦିରରେ ବନ୍ଦ ରହିବ ଭକ୍ତଙ୍କ ସାଧାରଣ ଦର୍ଶନ। ଅଧିକ ଗହଳି ଆଶଙ୍କାରେ ମନ୍ଦିର ରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଜନ୍ମାଷ୍ଟମୀରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ଜନ୍ମାଷ୍ଟମୀ ନୀତି ଏକ ଗୁପ୍ତନୀତି ହୋଇଥିବାରୁ ଆଜି ସଂଧ୍ୟା ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ପୂର୍ବରୁ ଏନେଇ ଗାଇଡଲାଇନ୍ ଜାରି କରାଯାଇଛି।

ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡାରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପର୍ଣ୍ଣ କରିବେ। କୋଭିଡ କଟକଣା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଶ୍ରୀମନ୍ଦିରକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି। କିନ୍ତୁ ଜନ୍ମାଷ୍ଟମୀର ସମସ୍ତ ରୀତିନୀତି ଜାରି ରହିଛି।

Leave A Reply

Your email address will not be published.